www.samajalive.in
Saturday, December 6, 2025
16.1 C
Bhubaneswar

ଚଳଚ୍ଚିତ୍ର ଦୃଶ୍ୟ ଠାରୁ ବଳିଗଲା, ନିଖୋଜ ନାବାଳିକା ଦଶ ଦିନ ପରେ କିମିର୍ଦ୍ଧାପଶିରୁ ଉଦ୍ଧାର

ପାଟଣା : ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖଜିରାପାଟ ପଞ୍ଚାୟତ ରଘୁନାଥପୁର ଗ୍ରାମର ଦଶମ ଶ୍ରେଣୀରେ ପଢୁଥିବା ଜନୈକା ନାବାଳିକା ଗତ ୪ ତାରିଖ ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ସମୟରେ ନିଖୋଜ ହୋଇଥିବା ନେଇ ଥାନାରେ ଏତଲା ହୋଇଥିଲା। ନାବାଳିକାକୁ କିମିର୍ଦ୍ଧାପଶି ଗ୍ରାମର ଜଣେ ଯୁବକ ପ୍ରଲୋଭନ ଦେଇ ନେଇଯାଇଥିବା ଝିଅର ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ସଂପୃକ୍ତ ଯୁବକଙ୍କୁ ଥାନାକୁ ଡକାଯାଇ ପଚରା ଉଚରା କରାଯିବାରୁ ସେ ନାବାଳିକାକୁ ନେଇନଥିବା କହିବା ସହ ତାକୁ ଅଯଥାରେ ବଦନାମ କରାଯାଉଥିବା ଓଲଟି ଅଭିଯୋଗ ଆଣିଥିଲେ। ଆଶ୍ଚର୍ଯ୍ୟର କଥା ଏହିଯେ ନିଖୋଜ ନାବାଳିକାର ପତ୍ତା ଲଗାଇବାରେ ପୁଲିସ ବିଫଳ ହୋଇ ଆସୁଥିବା ଝିଅର ବାପା ଅଭିଯୋଗ କରିବା ସହ ଏସ.ପି ଙ୍କୁ ଭେଟିବେ ବୋଲି ଗତ ୧୨ ତାରିଖ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ତେବେ ଆଜି ଚଳଚ୍ଚିତ୍ର ଦୃଶ୍ୟ ଭଳି କିମିର୍ଦ୍ଧାପଶି ଗ୍ରାମର ସଂପୃକ୍ତ ଯୁବକଙ୍କ ଘର ପିଣ୍ଡାରେ ସକାଳେ ନାବାଳିକାଟି ବସିଥିବା ଖବର ପାଇ ତୁରୁମୁଙ୍ଗା ଥାନାଧିକାରୀ ସୁଶାନ୍ତ ମଣି ମହାନ୍ତି ଘଟଣା ସ୍ଥଳକୁ ଯାଇ ନାବାଳିକାକୁ ଉଦ୍ଧାର କରିବା ପରେ ତାଙ୍କ ପିତାଙ୍କୁ ରଘୁନାଥପୁର ଗ୍ରାମରେ ଜିମା ଦେଇଛନ୍ତି। ନାବାଳିକାଟି ଦଶ ଦିନ ହେଲା ଏଣେ ତେଣେ ବୁଲୁଥିବା ଓ କିଛି ଖାଇନଥିବା ସହ ସଂପୃକ୍ତ ଯୁବକକୁ ସେ ଜାଣିନଥିବା ଭଳି ବିଭ୍ରାନ୍ତିକର ବୟାନ ଦେଇଥିବାରୁ ଥାନା ପକ୍ଷରୁ ଅନ୍ୟ କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିବା ଜଣାପଡିଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories