www.samajalive.in
Monday, December 15, 2025
26.1 C
Bhubaneswar

କରୋନାରେ ଚାଲିଗଲା ଦୁଇ ଶିକ୍ଷକଙ୍କ ଜୀବନ

ନବରଙ୍ଗପୁର : ନବରଙ୍ଗପୁର ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି | ଜିଲ୍ଲାରେ କୋରନାରେ ବହୁ ଲୋକ ପ୍ରାଣ ହରାଇଥିବା ବେଳେ ଗତକାଲି ଜିଲ୍ଲାର ୨ଜଣ କାର୍ଯ୍ୟରତ ଶିକ୍ଷକଙ୍କର କରୋନାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଅଛି |
ସୂଚନା ମୁତାବକ ପାପଡାହାଣ୍ଡି ବ୍ଲକରେ କାର୍ଯ୍ୟରତ ୨ଜଣ  ଶିକ୍ଷକଙ୍କ କୋରନାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ପାପଡାହାଣ୍ଡି ବ୍ଲକ କଣ୍ଟାମାଲ ଉଚ୍ଚ ଇଂରାଜୀ ବିଦ୍ୟାଳୟର କାର୍ଯ୍ୟରତ ଶିକ୍ଷକ ପ୍ରସନ୍ନ କୁମାର ଅଧିକାରୀ ଆଜକୁ ୪ଦିନ ପୂର୍ବରୁ କରୋନା ପଜିଟିଭି ବାହାରିଥିଲା, ସେ ଘରେ ରହି ଡାକ୍ତରଙ୍କ ପରାମର୍ଶରେ  ଚିକିତ୍ସିତ ହେଉଥିଲେ | ଗତକାଲି ସକାଳେ  ନିଜ ବାସଭବନରେ ମୃତ୍ୟୁ ବରଣ କରିଥିଲେ। କରୋନା ନିୟମ ଅନୁଯାଇ ତାଙ୍କର  ଅନ୍ତିମ ସଂସ୍କାର କରାଯାଇଥିଲା |
ସେହିପରି ପାପଡାହାଣ୍ଡି ବ୍ଲକରେ ଆଉଜଣେ କାର୍ଯ୍ୟରତ ଶିକ୍ଷକ ଜ୍ୟାତିମୟ ବେପାରି ମଧ୍ୟ କରୋନା ସଂକ୍ରମିତ ହୋଇ କୋରାପୁଟ କୋଭିଡ ମେଡ଼ିକାଲରେ ଆଜି ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି | ତାଙ୍କ ମୃତ୍ୟୁ ଖବର ଶୁଣି ନିଜ ଗ୍ରାମ ତେନ୍ତୁଳିଖୁଣ୍ଟି ବ୍ଲକ ମତା ଗ୍ରାମରେ  ଶୋକର ଛାୟା ଖେଳିଯାଇଛି। ତାଙ୍କ ଶବକୁ କୋରାପୁଟ ଠାରେ ଅନ୍ତିମ ସଂସ୍କାର କରାଯାଇଥିଲା | ଏହି ଦୁଇ ଜଣ ଶିକ୍ଷକଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି |

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories