ବନ୍ଧକ ନାବାଳିକା ତେଲେଙ୍ଗାନାରୁ ଉଦ୍ଧାର

ପାଟଣାଗଡ: ଇଟାଭାଟିରେ ବନ୍ଧକ ପଡିଥିବା ନାବାଳିକା ଉଦ୍ଧାର ହୋଇଛି। ବେଲପଡା ଥାନା ପୁଲିସ ନାବାଳିକାଟିକୁ ତେଲେଙ୍ଗାନାରୁ ଉଦ୍ଧାର କରିଛି। ନାବାଳିକାର ବୟାନ ରେକର୍ଡ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଇଟାଭାଟି ମାଲିକଙ୍କ ଠାରୁ ପରିବାର ଲୋକ ୮୦ ହଜାର ବଇନା ନେଇଥିଲେ। ହଠାତ୍ ନାବାଳିକାଙ୍କ ବାପା ଅସୁସ୍ଥ ହେବାରୁ ଘରକୁ ଫେରିଆସିଥିଲେ। ଘରେ ପହଞ୍ଚିବା ପରେ ନାବାଳିକାଙ୍କ ବାପାଙ୍କର ମୃତ୍ୟୁ ଘଟିଥିଲା। ଇଟାଭାଟି ମାଲିକ ନାବାଳିକା ଝିଅକୁ ବନ୍ଧକ ରଖିଥିଲେ। ପରିବାର ଲୋକ ୫୦ ହଜାର ଟଙ୍କା ଦେଇଥିଲେ ବି ନାବାଳିକାକୁ ଛାଡିନଥିଲେ। ମଙ୍ଗଳବାର ପୁଲିସ ନାବାଳିକାଟିକୁ ତେଲେଙ୍ଗାନାରୁ ଉଦ୍ଧାର କରିଛି।

Comments are closed.