www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ,ଅଭିଯୁକ୍ତ ଗିରଫ,କୋର୍ଟ ଚାଲାଣ

ଜି.ଉଦୟଗିରି : ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇପଲ୍ଲୀ ଗ୍ରାମରେ ପ୍ରଲୋଭନ ଦେଖାଇ ଜନୈକା ୭ବର୍ଷର ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଠି କରିଛି। ବିବରଣୀରୁ ପ୍ରକାଶ ଯେ, ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇକଲା ଗ୍ରାମ ପଞ୍ଚାୟତ ସ୍ଥିତ ରାଇପଲ୍ଲୀ ଗ୍ରାମର ବିଜୟ ନାୟକ(୫୦)ଙ୍କ ଘରକୁ ସେହି ଗ୍ରାମର ଜନୈକା ନାବାଳିକା ବଲ ଖେଳିବାକୁ ଆସିଥିବାବେଳେ ତାକୁ ନିଜ ପାଖକୁ ଡାକି ଚକଲେଟର ପ୍ରଲୋଭନ ଦେଖାଇବା ସହ ଦୁଷ୍କର୍ମ ଅଭିଯୋଗ ନେଇ ପୀଡୀତାର ମା ଜି.ଉଦୟଗିରି ଥାନାରେ ଏତଲା ଦାୟର କରିଥିଲେ। ଏହା ପରେ ଏସ ଆଇ ବିଭୂତି ଭୂଷଣ ମୂଦୁଲି ଅଭିଯୁକ୍ତକୁ ଗିରଫ କରିବାସହ ଡାକ୍ତରୀ ମାଇନା କରି କେସ ନଂ ୯୯ ଦଫା ୩୭୬AB/୫୦୬ ଆଇପିସି,ଆର ଡବ୍ଲ୍ୟୁ ୪ ଅଫ ପକ୍ସୋ ଆଇନ ଅନୁସାରେ ଫୁଲବାଣୀ ଏଡିଜେ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତକୁ ଚାଲାଣ କରାଯାଇଥିବା ଭାରପ୍ରାପ୍ତ ଥାନା ଅଧିକାରୀ କୌଶଲ୍ୟା ବେହେରା ସୂଚନା ପ୍ରଦାନ କରିଛନ୍ତି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories