www.samajalive.in
Saturday, December 6, 2025
14.1 C
Bhubaneswar

ଅବକାରୀ ବିଭାଗ ଓ ପୁଲିସ ପକ୍ଷରୁ ବ୍ୟାପକ ଗଞ୍ଜେଇ ଗଛ ନଷ୍ଟ 

ବୌଦ୍ଧ: ବୌଦ୍ଧ ଜିଲାରେ ବ୍ୟାପକ ଭାବେ ଗଞ୍ଜେଇ ଚାଷ ହେଉଥିବା ବେଳେ ବୌଦ୍ଧ ପୁଲିସ ଓ ଅବକାରୀ ବିଭାଗ ବିଭିନ୍ନ ଜଙ୍ଗଲରେ ପ୍ରତିବର୍ଷ ଚଢାଉ କରି ନଷ୍ଟ କରିଆସୁଅଛି। କିନ୍ତୁ ବୌଦ୍ଧରେ ଗଞ୍ଜେଇ ଚାଷ ଓ ବେପାର ଥମିବାର ନାଁ ନେଉନି। ଜିଲାରେ ପ୍ରତିବର୍ଷ ଗଞ୍ଜେଇ ମାମଲା ବୃଦ୍ଧି ହେବାରେ ଲାଗିଛି। ଗୁରୁବାର ବୌଦ୍ଧ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ କ୍ରିଷ୍ଣା ନାଏକଙ୍କ ତତ୍ୱାବଧାନରେ ଦିନ ବୌଦ୍ଧ ଅବକାରୀ ବିଭାଗ ପକ୍ଷରୁ ଗୋଛାପଡା ପଞ୍ଚାୟତର ଦୁମଦୁମା ଜଙ୍ଗଲରେ ଚଢାଉ କରି ଏକର ଏକର ଜାଗାରେ ହୋଇଥିବା ଗଂଜେଇ ଗଛ ନଷ୍ଟ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଏହି ଚଢାଉରେ ୨ଲକ୍ଷ ୩୭ ହଜାର ଗଛ କାଟି ନଷ୍ଟ କରିବା ସହ ପୋଡିଦିଆଯାଇଛି। ଯାହାର ଆନୁମାନିକ ମୂଲ୍ୟ ୨୩ କୋଟିରୁ ଊର୍ଦ୍ଧ୍ବ ହେବ। ଚଢାଉରେ ଏକଜୁଟିଭ ମାଜିଷ୍ଟ୍ରେଟ ଭାବରେ ବିରଞ୍ଚି ଧରୁଆ, ଅବକାରୀ ଇନିସପେକଟର ବିଜୟ କୁମାର ଧରୁଆ, ଅବକାରୀ ସବ ଇନିସପେକଟରେ ରମେଶ ଚନ୍ଦ୍ର ମହାନ୍ତି, ଏସଆଇ ରୁପଶ ମୁଖି , କନେଷ୍ଠବଳ ଏସ.କେ ଅବୁତାହାର, ପ୍ରିୟଜନ କହଁର ଓ ଅଂଜଳି ଅମାତ ସାମିଲ ଥିଲେ। ସେହିପରି ବୌଦ୍ଧ ପୋଲିସ ପକ୍ଷରୁ ବୁଧବାର ଦିନ ଡିଏସପି ଧିରେନ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ବଘିଆପଡା ଅଞ୍ଚଳର ପାଟିଲିପଡା ଜଙ୍ଗଲରେ ଚଢାଉ କରି ୧୧୦ ଏକର ଜଙ୍ଗଲରେ ହୋଇଥିବା ଗଂଜେଇ ଗଛ ନଷ୍ଟ କରିଛନ୍ତି। ନଷ୍ଟ ହୋଇଥିବା ଗଂଜେଇ ଗଛର ମୂଲ୍ୟ ୪୦ କୋଟିରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି। ଏହି ଚଢାଉରେ ଏସଆଇ ତପନ ସ୍ୱାଇଁ ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ। ଏନେଇ ବୌଦ୍ଧ ଥାନାରେ ଥାନା କେସ ନଂ ୩୧୦/୨୦ ରେ ଏକ ମାମଲା ହୋଇଥିବା ଥାନା ଅଧିକାରୀ ତପସ୍ୱନୀ କହଁର ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories