www.samajalive.in
Tuesday, December 9, 2025
23.1 C
Bhubaneswar

ନାବାଳକ ଉଦ୍ଧାର ପରେ ପିତାମାତାଙ୍କୁ ହସ୍ତାନ୍ତର 

ବୌଦ୍ଧ: ବୌଦ୍ଧ ଜିଲା ଚାଇଲ୍ଡ ଲାଇନ କାର୍ଯ୍ୟାଳୟ ପକ୍ଷରୁ ଜଣେ ନାବାଳକକୁ ଉଦ୍ଧାର କରି ପିତାମାତାଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ମିଳିଥିବା ସୁଚନା ମୁତାବକ ବୌଦ୍ଧ ବ୍ଳକର ବଲାକିରା ଗ୍ରାମର ଜନୈକ ନାବାଳକ ଗତ ମଙ୍ଗଳବାର ଦିନ ସନ୍ଧ୍ୟାରେ ଘରେ ପାଟିତୁଣ୍ଡ ହୋଇ ପଳେଇଥିଲା। ନାବାଳକଟି ବୌଦ୍ଧ ଚାଲିଆସି ବସଷ୍ଟାଣ୍ଡରେ ଅସହାୟ ଅବସ୍ଥାରେ ବୁଲାବୁଲି କରୁଥିଲା। ନାବାଳକର ହାବଭାବ ଦେଖି ଜିଲା ରେଡକ୍ରସର ସଂପାଦକ ତଥା ଅଧ୍ୟାପକ ପ୍ରବୀର କୁମାର ଦାସ ବୌଦ୍ଧ ଚାଇଲ୍ଡ ଲାଇନ କାର୍ଯ୍ୟାଳୟକୁ ଫୋନ କରିଥିଲେ। ଖବର ପାଇ ବୌଦ୍ଧ ଚାଇଲ୍ଡ ଲାଇନର ସଂଯୋଜିକା ବବିନା ନାଏକ ଓ ଦଳର ସଦସ୍ୟ ତୀର୍ଥାନନ୍ଦ ମହାପାତ୍ର ନାବାଳକୁ ଉଦ୍ଧାର କରି ଚାଇଲ୍ଡ ଲାଇନ କାର୍ଯ୍ୟାଳୟକୁ ନେଇ ଯାଇଥିଲେ। କାର୍ଯ୍ୟାଳୟରେ ନାବାଳକୁ ଖାଇବା ଦେବା ପରେ ଦୀର୍ଘ ସମୟ ପରେ ତାର ଘର ଠିକଣା କହିଥିଲା। ଏହା ପରେ କାର୍ଯ୍ୟାଳୟ ପକ୍ଷରୁ ନାବାଳକର ପିତାମାତାଙ୍କୁ ଖବର ଦେବା ପରେ ଉଭୟେ ବଳମ୍ବ୍ଖଚ୍ଛ ରାତିରେ କାର୍ଯ୍ୟାଳକୁ ଆସିଥିଲେ। ନାବଳାଳକର ପରିଚୟ ପତ୍ର ଓ ସେମାନଙ୍କ ପରିଚୟ ଦେବା ସହ ବିଳମ୍ବିତ ରାତିରେ ନାବାଳକୁ ଧରି ଘରକୁ ଫେରିଥିଲେ। ନାବଳକୁ ପାଇବା ପରେ ପିତାମାତା ଖୁସି ବ୍ୟକ୍ତ କରିଥିଲେ।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories