www.samajalive.in
Monday, December 15, 2025
27.1 C
Bhubaneswar

ଉଦ୍ଧବ ସରକାରରେ ବିଭାଗ ବଣ୍ଟନ: ଏକନାଥଙ୍କୁ ଗୃହ, ଜୟନ୍ତ ପାଟିଲଙ୍କୁ ଅର୍ଥ ବିଭାଗ

ମୁମ୍ବଇ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କ ନେତୃତ୍ଵରେ ଗଠିତ ମହାରାଷ୍ଟ୍ର ବିକାଶ ଅଘାଡୀ(ଏମବିଏ) ସରକାରରେ ଗୁରୁବାର ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ ହୋଇଛି। ସେଗୁଡ଼ିକ ମଧ୍ୟରୁ ପ୍ରମୁଖ ବିଭାଗ ଗୁଡ଼ିକ ସମ୍ପର୍କରେ ତଥ୍ୟ ହସ୍ତଗତ ହୋଇଛି। ଶିବସେନା ନେତା ଏକନାଥ ଶିନ୍ଦେଙ୍କୁ ରାଜ୍ୟର ଗୃହ, ସହରୀ ବିକାଶ, ପରିବେଶ, ପିଡବ୍ଲୁଡି, ପର୍ଯ୍ୟଟନ ଏବଂ ସଂସଦୀୟ ବ୍ୟାପାର ବିଭାଗ ଦିଆଯାଇଛି। ଶିବସେନା ନେତା ସୁଭାଷ ଦେଶାଇଙ୍କୁ ଉଦ୍ୟୋଗ, ଉଚ୍ଚ ଏବଂ ବୈଷୟିକ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ରୋଜଗାର ବିଭାଗ ପ୍ରଦାନ କରାଯାଇଛି।

ଏହାବ୍ୟତୀତ ଏନସିପି ନେତା ଛଗନ ଭୂଜବଳଙ୍କୁ ଗ୍ରାମୀଣ  ବିକାଶ, ସାମାଜିକ ନ୍ୟାୟ, ଜଳ ସମ୍ପଦ ଏବଂ ରାଜ୍ୟ ଉତ୍ପାଦ ଶୁଳ୍କ ବିଭାଗ ମିଳିଥିବା ବେଳେ ଜୟନ୍ତ ପାଟିଲଙ୍କୁ ଅର୍ଥ ଏବଂ ଯୋଜନା, ଆବାସ, ଖାଦ୍ୟ ଯୋଗାଣ ଓ ଶ୍ରମ ମନ୍ତ୍ରଣାଳୟ ଦିଆଯାଇଛି। ସେହିପରି କଂଗ୍ରେସ ନେତା ବାଲାସାହେବ ଥୋରାଟଙ୍କୁ ରାଜସ୍ବ, ଗଣଶିକ୍ଷା, ପଶୁ ପାଳନ ଏବଂ ମତ୍ସ୍ୟ ପାଳନ ବିଭାଗର ଦାୟିତ୍ଵ ଅର୍ପଣ କରାଯାଇଛି। କଂଗ୍ରେସ ମନ୍ତ୍ରୀ ନିତିତ ରାଉତଙ୍କୁ ଆଦିବାସୀ ବିକାଶ, ଓବିସି ବିକାଶ, ମହିଳା ଏବଂ ଶିଶୁ ବିକାଶ, ପୁନର୍ବାସ ଓ ଥଇଥାନ ମନ୍ତ୍ରାଳୟ ମିଳିଛି। ସୂଚନାଯୋଗ୍ୟ, ନିୟମ ଅନୁସାରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ସାମିଲ ହୋଇପାରିବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories