www.samajalive.in
Friday, December 5, 2025
17.1 C
Bhubaneswar

ମନ୍ତ୍ରୀଙ୍କଠାରୁ ଜମି କିଣାରେ ୨୫ ଲକ୍ଷ ଠକେଇ ଘଟଣା; ନିରଞ୍ଜନଙ୍କ ପୁରୁଣା ଭିଡିଓ ପ୍ରଘଟ

ଢେଙ୍କାନାଳ ସଦର: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଠାରୁ ୨୫ଲକ୍ଷ ଟଙ୍କା ଠକେଇ ମାମଲାରେ ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଘଟଣା ଲୋକଲୋଚନକୁ ଆସିବାରେ ଲାଗିଛି। ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କ ଏକ ପୁରୁଣା ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି। ଢେଙ୍କାନାଳ ଟାଉନ ଥାନାରେ ଉକ୍ତ ଭିଡିଓଟି ୨୦୨୪ ଅକ୍ଟୋବରରେ ଉତ୍ତୋଳନ କରାଯାଇଥିବା ଜଣାପଡିଛି। ଏହାକୁ ଜଣେ ପୁଲିସ କର୍ମଚାରୀ ଉତ୍ତୋଳନ କରିଥିବା କୁହାଯାଉଛି। ଥାନାରେ ଏହି ଭିଡିଓ ଉତ୍ତୋଳନ ହୋଇଥିଲେ ମଧ୍ୟ ପୁଲିସ ମାମଲା ରୁଜୁ ନକରି ବର୍ଷେ ପର୍ଯ୍ୟନ୍ତ ଉକ୍ତ ଭିଡିଓକୁ ରଖିବା ଘଟଣା ଅଧିକ ରହସ୍ୟ ସୃଷ୍ଟି କରିଛି। ମନ୍ତ୍ରୀ ଶ୍ରୀପାତ୍ର ଏସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିବା ଏହାକୁ ନେଇ ଚର୍ଚ୍ଚା ଥମୁନି। ଅଭିଯୁକ୍ତ ନିରଞ୍ଜନ ଗଣମାଧ୍ୟମରେ ଦେଇଥିବା ପ୍ରତିକ୍ରିୟାରେ ୨୫ ଲକ୍ଷ ଟଙ୍କା ନୁହେଁ, ୧୭ ଲକ୍ଷ ବୋଲି କହିଛନ୍ତି। ମନ୍ତ୍ରୀଙ୍କ ପକ୍ଷରୁ ତାଙ୍କ ଅଭିଯୋଗ ସତ୍ୟତାକୁ ବଜାୟ ରଖିବା ପାଇଁ ଏହି ଭିଡ଼ିଓରେ ପ୍ରମାଣ କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି। ଏହି ପୁରୁଣା ଭିଡିଓଟି ବିଜେପି ଢେଙ୍କାନାଳ ଫେସବୁକ ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ବିଜେପି ଯୁବମୋର୍ଚ୍ଚା ସଭାପତିଙ୍କ ସମେତ ଅନେକ ବିଜେପି କାର୍ଯ୍ୟକର୍ତ୍ତା ଏହାକୁ ପୋଷ୍ଟ କରିବା ସହିତ ଅନେକ ସେୟାର କରିଛନ୍ତି।

ଉକ୍ତ ଭିଡ଼ିଓରେ ମୁଁ ନିରଞ୍ଜନ ଶତପଥୀ କହୁଛି ଯେ, କୃଷ୍ଣ ଭାଇଙ୍କଠାରୁ ନେଇଥିବା ଟଙ୍କା ନଭେମ୍ବର ୩୦ ତାରିଖ ସୁଦ୍ଧା ନିଶ୍ଚିତ ଫେରସ୍ତ କରିଦେବି। ମୋର ଯଦି କିଛି ଭୁଲ ହୋଇଯାଇଥାଏ, କୃଷ୍ଣ ଭାଇ କ୍ଷମା କରିଦେବ। ଅପରପାର୍ଶ୍ୱରୁ ପୁଲିସ ଆପଣ ନଭେମ୍ବର କେତେ ତାରିଖ ଭିତରେ ଟଙ୍କା ଫେରସ୍ତ କରିବାକୁ ପଚାରୁଥିବା ଶୁଣିବାକୁ ମିଳୁଛି। ନଭେମ୍ବର ୨୦୨୪ ସୁଦ୍ଧା ଫେରସ୍ତ କରିବେ ବୋଲି ନିରଞ୍ଜନ ପୁଲିସକୁ କହୁଛନ୍ତି। ପୁଣି ପୁଲିସ କେତେଟଙ୍କା ନେଇଥିଲେ, କାହାଠାରୁ ନେଇଥିଲେ, ପଚାରିବାରୁ ନିରଞ୍ଜନ ୨୫ ଲକ୍ଷ ଟଙ୍କା କୃଷ୍ଣଭାଇଙ୍କ ଠାରୁ ​‌େ​‌ନଇଥିବା କହୁଥିବା ଶୁଣିବାକୁ ମିଳୁଛି। ପୁଲିସ ପୂରା ନାଁ କଣ ତାଙ୍କର ବୋଲି ପଚାରୁଛନ୍ତି। ନିରଞ୍ଜନ କୃଷ୍ଣଚନ୍ଦ୍ର ପାତ୍ର କହିବାରୁ ପୁଲିସ ଜଣକ ଠିକ ଅଛି କହି ଭିଡିଓକୁ ଶେଷ କରିଛନ୍ତି। ପୁଲିସ ଭୟଭୀତ କରି ପ୍ରମାଣ ରଖିବା ପାଇଁ ଏଭଳି ପ୍ରୟୋଜିତ ଭିଡିଓ କରିଥିବା ନିରଞ୍ଜନଙ୍କ ଓକିଲ ଗିରିଜା ପ୍ରସାଦ ମହାନ୍ତି କହିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories