www.samajalive.in
Saturday, December 6, 2025
16.1 C
Bhubaneswar

ଅନେକ ସମସ୍ୟାର ଗୋଟିଏ ସମାଧାନ ମସଲା କ୍ଷୀର

କ୍ଷୀର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ। ସେହିପରି ଡାଲଚିନି ମଧ୍ୟ। ଡାଲଚିନି ଏପରି ଏକ ମସଲା ଯାହାକୁ ବିଭିନ୍ନ ତରକାରୀର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ। କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା କି କି ଲାଭ ମିଳେ ସେ ବିଷୟରେ ଜାଣିଛନ୍ତି କି ? ଜାଣନ୍ତୁ କ୍ଷୀରରେ ଡ଼ାଲିଚିନି ମିଶାଇ ପିଇବା ଦ୍ୱାରା କି କି ଉପକାର ମିଳେ….
କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ଗ୍ୟାଷ୍ଟ୍ରିକ ସମସ୍ୟା ଦୂର ହୋଇଥାଏ। ପେଟ ଜନିତ ଅନେକ ସମସ୍ୟା ଦୂର କରେ। ପାଚନ ତନ୍ତ୍ରକୁ ସୁସ୍ଥ ରଖେ। ଖାଦ୍ୟକୁ ଭଲ ଭାବେ ହଜମ କରିବାରେ ସହାୟକ ହୋଇଥାଏ।
ଅନେକ ଲୋକଙ୍କୁ ଭଲରେ ନିଦ ହୋଇନଥାଏ। ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ଡାଲଚିନି ମିଶାଇ ପିଅନ୍ତୁ। ଅନିଦ୍ରା ସମସ୍ୟା ଦୂର ହୋଇଥାଏ।
ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ରହିବା ପାଇଁ ଡାଲଚିନି ଖୁବ ଉପକାରୀ। କ୍ଷୀରରେ ଡାଲଚିନି ମିଶାଇ ପିଇବା ଦ୍ୱାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରଣ ହୋଇ ରହିଥାଏ।
ଚିନ୍ତା ଦୂର କରିବା ପାଇଁ ଓ ହାଡଗଣ୍ଠି ମଜଭୂତ ରହିବା ପାଇଁ କ୍ଷୀରରେ ଡାଲଚିନି ମିଶାଇ ପିଅନ୍ତୁ।
ସବୁଠାରୁ ଅଧିକ ଏହା ତ୍ୱଚା ପାଇଁ ଲାଭଦାୟକ। ଡ଼ାଲଚିନି ମିଶା କ୍ଷୀର ପିଇବା ଦ୍ୱାରା ତ୍ୱଚାର ଦାଗ ଦୂର ହେବା ସହ, ମୁହଁ ସୁନେଲି,ଉଜ୍ଜ୍ୱଳ ଓ ନରମ ହୋଇଥାଏ।
କ୍ଷୀରରେ ଡାଲଚିନି ଏକ ଚାମଚରୁ କମ ପରିମାଣରେ ମିଶାଇ ପିଅନ୍ତୁ।

 

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories