www.samajalive.in
Saturday, December 6, 2025
15.1 C
Bhubaneswar

ଗଞ୍ଜାମ ମହାବିଦ୍ୟାଳୟ ଆଇକ୍ୟୁଏସି ଦ୍ଵାରା ୱେବିନାର

ଗଞ୍ଜାମ: ଗଞ୍ଜାମ ମହାବିଦ୍ୟାଳୟ ଆଇକ୍ୟୁଏସି ଏବଂ ଏୱକ୍‌ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ ଏକ ୱେବିନାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟବକ୍ତା ଭାବେ ଆର୍ଥିକ ବିଶାରଦ ତୃପ୍ତି କାପଡ଼ିଆ ଯୋଗ ଦେଇ ୱେବନର ଶୀର୍ଷକ ଫାଇନାନସିଅଲ ମ୍ୟାନେଜମେଣ୍ଟ ଇନ ପୋଷ୍ଟ କୋଭିଡ-୧୯ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼. ପ୍ରବୀଣ କୁମାର ନନ୍ଦ ଏଥିରେ ସଭପତିତ୍ୱ କରି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ। ଆଇ.କ୍ୟୁ.ଏ.ସି. ସଂଯୋଜିକା ଡ଼. ସ୍ମରଣୀକା ହୋତା କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ। ବି ସ୍କୁଲ ଫୋରାମ ନଲେଜ ସେଣ୍ଟର ଏହାକୁ ପରିଚାଳନା କରିଥିଲେ। ଏହି କାର୍ୟ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ତଥା କର୍ମଚାରୀ ଯୋଗ ଦେଇଥିଲେ । ଆର୍ଥିକ ବିଶାରଦ ତୃପ୍ତି କାପଡ଼ିଆ ଦୀର୍ଘ ମିଆଦି ଓ ସ୍ୱଳ୍ପ ମିଆଦି ଆର୍ଥିକ ଯୋଜନା, ଜୀବନ ବୀମା, ମୁଚୁୱାଲ ଫଣ୍ଡ, ଡିଜିଟାଲ ଗୋଲଡ ଇତ୍ୟାଦି ଉପରେ ଆଲୋକପାତ କରିଥିଲେ ଏବଂ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ। ପରିଶେଷରେ ଡ଼. ସ୍ମରଣୀକା ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories