www.samajalive.in
Saturday, December 13, 2025
23.1 C
Bhubaneswar

ଠିଆ ହୋଇ ପାଣି ପିଉଛନ୍ତି କି? ଜାଣନ୍ତୁ..

ଅଧିକାଂଶ ସମୟରେ ଏପରି ଦେଖାଯାଏ ଅନେକ ଠିଆ ହୋଇ ପାଣି ପିଇଥାଆନ୍ତି। ମାତ୍ର ପାଣି ଓ କ୍ଷୀର ପିଇବା ସମୟରେ କିଛି କଥା ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଅନେକ ସମୟରେ କ୍ଷୀର ପିଇବା ପରେ ପେଟ ଫୁଲିବା ଭଳି ଅନୁଭବ ହେବା ସହ ଗ୍ୟାଷ୍ଟ୍ରିକ ହୋଇଥାଏ। ମାତ୍ର ଏହାର କାରଣ କ୍ଷୀର ନୁହେଁ ଏହାକୁ ପିଇବାର ଶୈଳୀ। ଆୟୁର୍ବେଦ ଅନୁଯାୟୀ, ଖାଦ୍ୟ-ପାନୀୟ ଶୈଳୀ ନେଇ ଅନେକ ନିୟମ ରହିଛି। ଯାହାର ପାଳନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ। ଶରୀରରୁ ରୋଗ ଦୂରେଇ ରଖିଥାଏ। ତେବେ ଅନେକ ସମୟରେ କିଛି ଭୁଲ୍‍ କାରଣରୁ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ। ସେଭଳି କିଛି କାରଣ ମଧ୍ୟରୁ ଗୋଟିଏ ହେଉଛି ଭୁଲ ଶୈଳୀରେ ପାଣି ଓ କ୍ଷୀରର ସେବନ। ଜାଣନ୍ତୁ କେଉଁ କାରଣରୁ ଠିଆ ହୋଇ କ୍ଷୀର ପିଇବା ଓ ବସିକରି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ।
ଆୟୁର୍ବେଦ ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ଖାଦ୍ୟନଳୀ ଓ ଶ୍ୱାସନଳୀରେ ସମସ୍ୟା ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ହୃଦୟ ଉପରେ ମଧ୍ୟ ପଡିଥାଏ। ଠିଆ ହୋଇ ପାଣି ପିଇବା ଦ୍ୱାରା ପେଟ ଯନ୍ତ୍ରଣା ଅନୁଭବ ହୋଇଥାଏ। ରହି ରହି ପାଣି ନପିଇ ଶୀଘ୍ର ଠିଆ ହୋଇ ପାଣି ପିଇବା ଦ୍ୱାରା ଏସିଡିଟି,ଗ୍ୟାଷ୍ଟ୍ରିକ,ହେକୁଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ପାଣି ଠିଆ ହୋଇ ନପିଇ ସର୍ବଦା ବସିକରି ପିଅନ୍ତୁ।
ଅଧ୍ୟୟନ ଅନୁଯାୟୀ, ବସିକରି ପାଣି ପିଇବା ଦ୍ୱାରା ଶରୀର ଭିତରେ ସମସ୍ତ ସ୍ଥାନକୁ ପାଣି ସଠିକ ମାତ୍ରାରେ ପହଞ୍ଚି ପାରି ଥାଏ। ଏହାସହ ଅଦରକାରୀ ପଦାର୍ଥକୁ ମଧ୍ୟ ଶରୀରରୁ ବାହାର କରିବାରେ ସହାୟକ ହୋଇଥାଏ। ରକ୍ତକୁ ପରିଷ୍କାର କରିଥାଏ।
ଆୟୁର୍ବେଦ ଅନୁଯାୟୀ କ୍ଷୀର ଥଣ୍ଡା, ବାତ ଓ ପିତ ଦୋଷକୁ ନିୟନ୍ତ୍ରଣ ରଖିବାରେ ସହାୟକ ହୋଇଥାଏ। ଯେଉଁମାନେ ବସି କରି କ୍ଷୀର ପିଅନ୍ତି, ସେମାନଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ଆୟୁର୍ବେଦରେ ରାତିରେ ଶୋଇବା ପୂର୍ବରୁ କିମ୍ବା ସନ୍ଧ୍ୟାରେ ଭୋଜନର ୨ ଘଣ୍ଟା ପରେ କ୍ଷୀରକୁ ହାଲକା ଉଷୁମ କରି ଠିଆ ହୋଇ ପିଇବାକୁ ପରାମର୍ଶ ଦିଆଯାଇଥାଏ। ଏହାଦ୍ୱାରା ସ୍ୱାସ୍ଥ୍ୟକୁ ଏହାର ସମ୍ପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ।
ଠିଆ ହୋଇ କ୍ଷୀର ପିଇବା ଦ୍ୱାରା ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି ହୋଇନଥାଏ। ମାଂସପେଶୀ ପାଇଁ ଲାଭଦାୟକ ହେବା ସହ କର୍କଟ ରୋଗ ହେବାର ସମ୍ଭାବନା କମ ଥାଏ। ହୃଦୟ ଜନିତ ରୋଗ , ଉଚ୍ଚ ରକ୍ତଚାପରୁ ରକ୍ଷା କରିଥାଏ। ଚକ୍ଷୁ ସହ ତ୍ୱଚା ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories