www.samajalive.in
Thursday, December 11, 2025
26.1 C
Bhubaneswar

୨୪ଘଣ୍ଟାରେ ୩ ଦୁର୍ଘଟଣା; ଜଣେ ମୃତ

ରେଙ୍ଗାଲିକ୍ୟାମ୍ପ: ଦୁର୍ଘଟଣାର ମୁଖ୍ୟ ପଥ ସାଜିଛି ୫୩ନଂ ଜାତୀୟ ରାଜପଥ ଲୁହୁରା ଚଟି-ସମ୍ବଲପୁର ଚାରି ଥାକିଆ ଅସମ୍ପୂର୍ଣ୍ଣ ତଥା ତ୍ରୁଟିପୂର୍ଣ୍ଣ ଜାତୀୟ ରାଜପଥ। ଦୁର୍ଘଟଣା ଯେଉଁଠି ସାଧାରଣ ଘଟଣା ପରି ମନେ ହୁଏ। ଶୁକ୍ରବାର ପୁଣି ଅତାବିରା ଥାନା ଅଧୀନସ୍ଥ ସିନେମା ହଲ୍ ନିକଟରେ ପୃଥକ୍ ପୃଥକ୍ ଭାବେ ଦୁଇଟି ଦୁର୍ଘଟଣା ଘଟିଛି। ସେଥି ମଧ୍ୟରୁ ଦୁଇ ଜଣ ଯୁବକ ନିଜ ବାଇକରେ ଅତାବିରାରୁ ଗୋଶାଳା ଯିବା ବାଟରେ ଏକ ବିଦ୍ୟୁତ ଖୁଣ୍ଟରେ ବାଡେଇ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ଏଥିରେ ନିରଞ୍ଜନ ସୁନା(୧୯)ଙ୍କ ଗୋଡ଼ ଭାଙ୍ଗିଥିବା ବେଳେ ଅନ୍ୟ ଯୁବକ ଅର୍ପିତ ତ୍ରିପାଠୀଙ୍କ ହାତ ଭାଙ୍ଗିଥିବା ଜଣାପଡ଼ିଛି। ଉଭୟଙ୍କୁ ବୁର୍ଲା ଡାକ୍ତରଖାନା ପଠାଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି।

ସେହିପରି ସମ୍ବଲପୁର-ବରଗଡ଼ ୱେରେ ଏକ ଟ୍ରକ୍ ଛିଡା ହୋଇଥିବା ବେଳେ ପଛ ପଟୁ ଆଉ ଏକ ମାଲ ବୋଝେଇ କଣ୍ଟେନର ଧକ୍କା ଦେବା ଫଳରେ ଯିବା ଆସିବା ଲୋକ ତଥା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ। ଧକ୍କା ଦେଇଥିବା କଣ୍ଟେନରକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଜାରି ରହିଛି। ଏହା ବ୍ୟତୀତ ରେଙ୍ଗାଲିକ୍ୟାମ୍ପ ଛକ ଜାତୀୟ ରାଜପଥ ଉପରେ ରାତି ୨ଟା ସମୟରେ ନିତି ଦିନିଆ ଭାବେ ବସୁଥିବା ପରିବା ବଜାରରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାତି ପାହିଲାରୁ ଚାଷୀ ନିଜ ନିଜର ଅମଳକ୍ଷମ ଫସଲ ତଥା ପନିପରିବାକୁ ବିକ୍ରି କରିବା ପାଇଁ ଆସି ଏକ ବଡ ପନିପରିବା ବଜାର ବସେ। ଯେଉଁ ବଜାରକୁ ଆଖପାଖ ଅଞ୍ଚଳର ଚାଷୀ ସମେତ ଦୂର ଦୁରାନ୍ତରୁ ବରଗଡ଼, ସମ୍ବଲପୁର, ବୁର୍ଲା, ଝାରସୁଗୁଡ଼ା, ରେଙ୍ଗାଲି, ବଲାଙ୍ଗୀର, ସରେଇପାଲି ଆଦି ଅଞ୍ଚଳରୁ ବେପାରୀମାନେ ଆସି କିଣାବିକା କରିବା ସହ ଟ୍ରାଫିକ ସମସ୍ୟା ଅଣାୟତ୍ତ ହୋଇପଡେ। ଏପରିକି ସମ୍ବଲପୁର ଜିଲ୍ଲା ବୁର୍ଲା ଭକ୍ତି ମଣ୍ଡପ ନିକଟରେ ରହୁଥିବା ଧୁବ ବେହେରା(୭୦) ନାମକ ପରିବା ବ୍ୟବସାୟୀଙ୍କୁ ଏକ କଣ୍ଟେନର ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ବେଳେ ଧକ୍କା ଦେଇଥିବା ଗାଡ଼ିକୁ ପୁଲିସ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡିଛି। ତେବେ ଏଠି ପ୍ରଶ୍ନ ଉଠୁଛି ଯେ, ବରଗଡ଼ରୁ ସମ୍ବଲପୁର ମଧ୍ୟରେ ଅତାବିରା ଥାନା ଅଧୀନସ୍ଥ ଶୁକୁଟାପାଲି ଛକରୁ ଗୋଡଭଗା ଛକ ମଧ୍ୟରେ ନୋ ପାର୍କିଂ ସ୍ଥାନରେ ପାର୍କିଂ, ଅଯଥାରେ ରାଜରାସ୍ତା ଉପରେ ବେନିୟମ ଭାବେ ଦୋକାନ ବଜାର ଗଢି ଉଠି ଜବରଦଖଲକାରୀଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇ ଦିନକୁ ଦିନ ନୂଆ ନୂଆ ଛୋଟ ମୋଟ ଘଟଣାଠାରୁ ଆରମ୍ଭ କରି ମର୍ମନ୍ତୁଦ ଦୁର୍ଘଟଣାମାନ ଘଟି ମୂଲ୍ୟବାନ ଜୀବନ ନଷ୍ଟ ହେଉଥିବା ଅଞ୍ଚଳରେ ନଜିର ରହିଛି। ମୁଖ୍ୟତଃ ଅତାବିରା ଅଞ୍ଚଳରେ ଲୋକେ ଏଣେତେଣେ ବାଲି, ଗୋଡି, ମାଟି ତଥା ବଡ ବଡ ଭଙ୍ଗା ଦଦରା ଗାଡ଼ିଗୁଡ଼ିକ ମାସ ମାସ ଧରି ପକାଇ ରଖୁଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ନେବା ପାଇଁ ଜନ ସାଧାରଣରେ ଦାବି ହେଉଛି ।

Hot this week

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

Related Articles

Popular Categories