www.samajalive.in
Saturday, December 6, 2025
14.1 C
Bhubaneswar

କଞ୍ଚା କ୍ଷୀର ପିଇବାର ଉପକାରିତା

କ୍ଷୀରରେ କ୍ୟାଲସିୟମ ରହିଛି ଏକଥା ଆମେ ସମସ୍ତେ ଜାଣିଛୁ। କ୍ଷୀର ପିଇବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିଥାଏ। ଫୁଟା ଯାଇଥିବା କ୍ଷୀର ବଦଳରେ କଞ୍ଚା କ୍ଷୀର ପିଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିବା ସହ ରୋଗ ଠାରୁ ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବା ଶରୀର ପାଇଁ କେତେ ଲାଭକାରୀ ..

ଏଲର୍ଜିରୁ ରକ୍ଷା :

- Advertisement -

ପିଲାମାନେ କଞ୍ଚା କ୍ଷୀର ପିଉଥିଲେ ତାଙ୍କ ନିକଟରେ ୫୦% କମ ଏଲର୍ଜି ହେବାର ସମ୍ଭାବନା ରହିଛି। ଏହାସହ ୪୧% ଆଜମା ହେବାର ସମ୍ଭାବନା କମ ହୋଇଥାଏ। କଞ୍ଚା କ୍ଷୀର ପିଉଥିବା ବ୍ୟକ୍ତିମାନଙ୍କ ନିକଟରେ ମଧ୍ୟ ଏଲର୍ଜି ହେବାର ସମ୍ଭାବନା କମ୍‌ ରହିଥାଏ।

ମୁହଁ ପାଇଁ ଲାଭକାରୀ :

ମୁହଁରେ କଞ୍ଚା କ୍ଷୀର ଲଗାଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହାସହ କଞ୍ଚା କ୍ଷୀର ପିଇବା ଦ୍ବାରା କେଶ ବୃଦ୍ଧି, ମୁହଁରୁ ଦାଗ ଛାଡିବା ସହ ଚମକ ବଢିଥାଏ। ଏଥିରେ ଓମେଗା-୩ ଫ୍ୟାଟ ରହିଛି। ଏହାକୁ ନିୟମିତ ପିଇବା ଦ୍ବାରା ଆପଣଙ୍କ ମୁହଁ ସତେଜ ଦେଖାଯାଇଥାଏ।

ପୋଷକ ତତ୍ତ୍ବରେ ଭରପୂର :

କଞ୍ଚା କ୍ଷୀରରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ଏଥିରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ପୋଟାସିୟମ ରହିଛି। ଏହା ଶରୀର ପାଇଁ ଅତ୍ୟନ୍ତ ଦରକାରୀ। ନିୟମିତ କଞ୍ଚା କ୍ଷୀର ପିଇବା ଦ୍ବାରା ହାଡ ଶକ୍ତ, ରକ୍ତ ସଠିକ ଭାବେ ସଞ୍ଚାଳନ, ମାଂସପେଶୀୟ ଠିକ ରହିଥାଏ।

କର୍କଟ ରୋଗରୁ ମୁକ୍ତି :

କଞ୍ଚା କ୍ଷୀରରେ ଏପରି ତତ୍ତ୍ବ ରହିଛି ଯେଉଁଥିରେ ଲିନୋଲେଇକ ଏସିଡ ରହିଛି। ଏହା ଆପଣଙ୍କ ଶରୀର ପାଇଁ ଲାଭଦାୟକ ଅଟେ। ଏହା ସମସ୍ତ ପ୍ରକାରର କର୍କଟ ରୋଗ ସହ ଲଢିବାରେ ସହାୟକ ହୋଇଥାଏ।

ହଜମ ଶକ୍ତି :

କଞ୍ଚା କ୍ଷୀର ପିଇବା ଦ୍ବାରା ଏହା ଶୀଘ୍ର ହଜମ ହୋଇଯାଏ। କ୍ଷୀରରେ ଥିବା ଲିପେସ, ଲେକ୍ଟେସ ଓ ଏମିଲେସ ନାମକ ଏନଞ୍ଚାଇମ ହଜମ କ୍ରିୟାକୁ ସୁଦୃଢ କରିବାରେ ସହାୟକ ହୋଇଥାଆନ୍ତି।

କଞ୍ଚା କ୍ଷୀର ଆପଣଙ୍କ ଶରୀର ପାଇଁ କ୍ଷତିକାରକ ମଧ୍ୟ ହୋଇଥାଆନ୍ତି। ଯଦି ଆପଣଙ୍କର କଞ୍ଚା କ୍ଷୀର ପିଇବାକୁ କୌଣସି ଅସୁବିଧା ହେଉ ନଥାଏ ତେବେ ସେଥିରୁ ନିବୃତ୍ତ ରୁହନ୍ତୁ। ଏହାସହ କ୍ଷୀରର ମାତ୍ରାକୁ ନେଇ ଡାକ୍ତରଙ୍କ ନିକଟକୁ ଯାଇ ପରାମର୍ଶ କରନ୍ତୁ। କଞ୍ଚା କ୍ଷୀର ପିଇବା ଦ୍ବାରା ସଂକ୍ରମଣ ଜନିତ ରୋଗ ହେବାର ସମ୍ଭାବନା ମଧ୍ୟ ରହିଛି। ବିଶେଷ କରି ଶିଶୁ, ଗର୍ଭବତୀମାନଙ୍କୁ କଞ୍ଚା କ୍ଷୀର ଦେବା ବେଳେ ସଚେତନ ରହିବା ଆବଶ୍ୟକ। ନଚେତ ସେମାନେ ରୋଗାଗ୍ରସ୍ତ ହୋଇପାରନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories