www.samajalive.in
Monday, December 15, 2025
15.1 C
Bhubaneswar

କର୍ମଚାରୀ ଶୂନ୍ୟ କାର୍ଯ୍ୟାଳୟ, ସେବାରୁ ବଞ୍ଚିତ ହିତାଧିକାରୀ

କେନ୍ଦୁଝରଗଡ଼ : ୪୨୦୦ଟଙ୍କା ଗ୍ରେଡ ପେ’ ଓ ଲେଭେଲ-୯କୁ ବୃଦ୍ଧି ଦାବିରେ ଚଳିତମାସ ୧ ତାରିଖରୁୁ ରାଜ୍ୟବ୍ୟାପୀ ଅମଲା ସମୂହ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ଗୁରୁବାର ଅଷ୍ଟମ ଦିନରେ ପହଞ୍ଚିଛି । କେନ୍ଦୁଝର ଜିଲା ମିଳିତ ଅମଲା ମଞ୍ଚ ଅଧିନରେ ଥିବା ୧ ହଜାରରୁ ଅଧିକ ଅମଲା ଏହି ଆନ୍ଦୋଳନରେ ସାମିଲ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନକୁ ଜାରି ରଖିଛନ୍ତି । ଗତ ବୁଧବାର ସଚିବାଳୟ ଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଏବଂ ଓଡିଶା ମିଳିତ ଅମଲା ମଞ୍ଚ ପ୍ରତିନିଧିଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲେ ହେଁ କୌଣସି ନିଷ୍କର୍ଷ ବାହାରି ନଥିବାରୁ କେନ୍ଦୁଝର ଜିଲାର ଧାରଣାରତ ଅମଲାଙ୍କ ମତାମତ ନିଆଯାଇଥିଲା । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କେନ୍ଦୁଝର ମିଳିତ ଅମଲା ମଞ୍ଚ ପକ୍ଷରୁ ଲିଖିତ ଭାବେ ଜଣାଇବା ସହ ସରକାରୀ କାର୍ଯ୍ୟରେ ବାଧା ଉପୁଜିଲେ ହିତାଧିକାରୀ ଅମଲାଙ୍କୁ ଦୋଷ ନଦେଇ ଅମଲାଙ୍କ ଦାବି ପୂରଣ ଦିଗରେ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି । ସୂଚନାଯୋଗ୍ୟ ଯେ, ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷାଫଳ ପ୍ରକାଶ ପରେ ଛାତ୍ରଛାତ୍ରୀ ନାମଲେଖା ପାଇଁ ଆବଶ୍ୟକ ବିଭିନ୍ନ ପ୍ରମାଣପତ୍ର, ଜମି କିଣା ବିକା, ବିବାହ ପଞ୍ଜିକରଣ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ସେବା ସମେତ ମନରେଗା କାର୍ଯ୍ୟରେ ହିତାଧିକାରୀଙ୍କୁ ବଞ୍ଚିତ ହେବାକୁ ପଡୁଥବାରୁ ଏ ଦିଗରେ ସରକାର ତ୍ୱରିତ୍‌‌ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଆସୁଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories