ଶ୍ରୀଜଗନ୍ନାଥ ହିଁ ଉତ୍କଳୀୟ ସାହିତ୍ୟ ସଂସ୍କୃତିର ପ୍ରାଣାଧାର
କବିତା ସଙ୍କଳନ ‘ନିଷ୍ପାପ ଯନ୍ତ୍ରଣା’ ଉନ୍ମୋଚିତ
କେନ୍ଦୁଝରଗଡ଼: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଭକ୍ତି ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମିଳନୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବି ବିରଞ୍ଚି ନାରାୟଣ ସାମନ୍ତରାୟଙ୍କ କବିତା ସଙ୍କଳନ ‘ନିଷ୍ପାପ ଯନ୍ତ୍ରଣା’ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି ।
ପ୍ରାରମ୍ଭରେ ଅନୁଷ୍ଠାନର ଉପସଭାପତି କବି ଇନ୍ଦୁମତୀ ପାତ୍ର ଓଡ଼ିଆ ସାହିତ୍ୟ ଭକ୍ତି ଭାବାଶ୍ରିତ ବୋଲି ମତ ଦେବା ସହିତ କବି ବିରଞ୍ଚି ନାରାୟଣ ସାମନ୍ତରାୟଙ୍କୁ ସଦିଚ୍ଛା ଜଣାଇଥିଲେ । ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ଓଡ଼ିଆ ବିଭାଗ ମୁଖ୍ୟ ସୁଧାକର ଦାଶ ଉନ୍ମୋଚିତ ପୁସ୍ତକର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥଲେ । ପ୍ରାଧ୍ୟାପକ ଜଗନ୍ନାଥ ଜେନା ଅତିଥି ବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭକ୍ତି ସାହିତ୍ୟର ନାନାବିଧ ଦିଗ ସମ୍ପର୍କରେ ଭାବପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ ।
କବି ଦେବାଶିଷ ଚକ୍ରବର୍ତ୍ତୀ ସଭାପତୀୟ ଅଭିଭାଷଣରେ ଶ୍ରୀଜଗନ୍ନାଥ ହିଁ ଉତ୍କଳୀୟ ସାହିତ୍ୟ ସଂସ୍କୃତିର ପ୍ରାଣାଧାର ବୋଲି ମତପ୍ରକାଶ କରିବା ସହିତ କବି ଶ୍ରୀ ସାମନ୍ତରାୟଙ୍କ କବିତ୍ୱ ସମ୍ପର୍କରେ ସୂଚୀତ କରିଥିଲେ । କବୟିତ୍ରୀ ସନ୍ତୋଷିନୀ ଦାଶ (ଗିରି)ଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠୋତ୍ସବରେ ମମତା ରାଣୀ ଦାସ, ଡାକ୍ତର ଭାରତୀମଣି ବେହେରା, ଶୋଭନା ଜେନା, ବିଜୟଲକ୍ଷ୍ମୀ ମହାନ୍ତି, ସୁଜିତ ମିଶ୍ର, ଉମାକାନ୍ତ ବେହେରା, ଅଞ୍ଜନା ନନ୍ଦ, ମନ୍ଦାକିନୀ କର, ଚନ୍ଦ୍ରପ୍ରଭା ପତି, ରଙ୍ଗାଧର ବେହେରା, ଜ୍ୟୋସ୍ନା ପାଢ଼ୀ, ସୁଭଦ୍ରା ମହାନ୍ତ, ଦେବଦତ୍ତ ଦେହୁରୀ, ବେଣୁଧର ସାହୁ, ଧ୍ରୁବାନନ୍ଦ ରାଉତ,ମାୟାଧର ନାଏକ ପ୍ରମୁଖ ବହୁ କବି ନିଜସ୍ୱ ରଚିତ କବିତା ପାଠ କରିଥିଲେ । ଶେଷରେ ଅନୁଷ୍ଠାନର ଯୁଗ୍ମସମ୍ପାଦକ କବି ହରିହର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।
Comments are closed.