www.samajalive.in
Monday, December 15, 2025
26.1 C
Bhubaneswar

ରେଳ ଷ୍ଟେସନ ଅଞ୍ଚଳରୁ ୩୦ଦାଦନ ଶ୍ରମିକ ଉଦ୍ଧାର ;୨ସର୍ଦ୍ଦାର ସମେତ ୩ କୋର୍ଟ ଚାଲାଣ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ପୁଲିସ ରେଳ ଷ୍ଟେସନ ଅଂଚଳରୁ ବେଆଇନ ଭାବରେ ତେଲଙ୍ଗାନାକୁ ଚାଲାଣ ପାଇଁ ଯାଉଥିବା ୩୦ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି।
ଏକ ବୋଲେରୋରେ ସେମାନଙ୍କୁ ଆଣୁ ଥିବା ବେଳେ ପୁଲିସ ଅଟକାଇ ଯାଞ୍ଚ ପରେ, ଶ୍ରମ ବିଭାଗ ଦ୍ୱାରା ସ୍ୱୀକୃତ କାଗଜ ନଥିବା ଯୋଗୁ ୨୧ଜଣ ପୁରୁଷ ୯ଜଣ ମହିଳାଙ୍କ ସହ ୪ଜଣ ଶିଶୁଙ୍କୁ ଉଦ୍ଧାର କରିଛି। ଏଥିସହ ୨ଜଣ ସର୍ଦାର ଓ ବୋଲେରୋ ଡ୍ରାଇଭରଙ୍କୁ ଗିରଫ କରିବା ସହ,୨ଟି ପୃଥକ ମାମଲା ରୁଜୁ କରି, ଆନ୍ତ ରାଜ୍ୟ ଶ୍ରମିକ ଆଇନରେ ଅଭିଯୁକ୍ତ ସର୍ଦ୍ଦାର ସିହିନୀ ଗ୍ରାମର ଉତ୍ତମ ସୁନା, ଟେଂଗ୍ରା ଗ୍ରାମର ପବନ ଛତ୍ରୀୟା, ଓ ବୋଲେରା ଡ୍ରାଇଭର ବେଲପଡା ଅଞ୍ଚଳର ଅଜାମ୍ବିଳ ପୋଢ଼ଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।
ଉଦ୍ଧାର ଶ୍ରମିକ ବେଲପଡା ଥାନା ସିହିନୀ, କଣ୍ଟାବାଞ୍ଜି ଥାନା ଡ଼ଙ୍ଗାମରା, ମୁରିବାହାଲ ଥାନା ସିଂ ଖମଣ, ଖଲିପଦର ଅଞ୍ଚଳ ଥିବା ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମିତା ବେହେରା ସୂଚନା ଦେଇଛନ୍ତି। ସବ ଇନ୍ସପେକ୍ଟର ସୁରେଶ ଛତ୍ରୀୟା, ପୁର୍ଣ୍ଣିମା ଓରାମ ତଦନ୍ତ ଭାର ନେଇଥିବା ଜଣାପଡିଛି।
ଜିଲ୍ଲାରେ ବର୍ତ୍ତମାନ ଦାଦନ ଚାଲାଣ ଋତୁ ଆରମ୍ଭ ହୋଇ ଯାଇଛି। କଣ୍ଟାବାଞ୍ଜି, ତୁରେକେଲା, ଲାଠୋର, ରେଳ ଷ୍ଟେସନରୁ ବିଭିନ୍ନ ଟ୍ରେନ ଯୋଗେ ରାଜ୍ୟ ବାହାର ତେଲଙ୍ଗାନା, ଆନ୍ଧ୍ର, ମାଡ୍ରାସ ଅଞ୍ଚଳକୁ ଦାଦନ ଚାଲାଣ ହେଉଥିବା ଜରାପଡିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories