BJD Bijuli 480×75 Mob

ଶୀର୍ଷରେ ଭାରତ

ଦକ୍ଷିଣ ଆଫ୍ରିକାର ଆତ୍ମସମର୍ପଣ

BJD Bijuli 480×75 Mob

୧୫ରେ ୱାଙ୍ଖେଡ଼ରେ ଖେଳିବ ସେମିଫାଇନାଲ, ଜନ୍ମଦିନରେ କୋହଲିଙ୍କ ଶତକ, ସଚିନ (୪୯)ଙ୍କ ସମକକ୍ଷ
ଜାଡେଜାଙ୍କୁ ୫ ୱିକେଟ, କ୍ରମାଗତ ୮ମ ବିଜୟରେ କୀର୍ତ୍ତିମାନ

କଲକାତା : ଚଳିତ ଏକଦିବସୀୟ ବିଶ୍ବକପ କ୍ରିକେଟରେ ଭାରତ ତା’ର ଦବଦବା ଅବ୍ୟାହତ ରଖିଛି । ରବିବାର କଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ମ୍ୟାଚରେ ଭାରତ ଏକପାଖିଆ ବିଜୟ ହାସଲ କରିଛି। ବିଶ୍ବକପର ଅନ୍ୟତମ ଦାବିଦାର କୁହାଯାଉଥିବା ଦକ୍ଷିଣ ଆଫ୍ରିକାକୁ ୨୪୩ରନରେ ପରାସ୍ତ କରି ଭାରତ ବିପୁଳ ବିଜୟ ହାସଲ କରିବା ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଏହି ବିଜୟ ସହିତ ଭାରତ ଆସନ୍ତା ୧୫ରେ ୱାଙ୍ଖେଡ଼ରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳିବା ସ୍ପଷ୍ଟ ହୋଇଛି। ଭାରତ ତାର ଶେଷ ଲିଗ ମ୍ୟାଚ ଆସନ୍ତା ୧୨ତାରିଖରେ ନେଦରଲ୍ୟାଣ୍ଡକୁ ଭେଟିବ।
ଇଡେନଗାର୍ଡେନରେ ଆଜି ଭାରତୀୟ ଦଳ ଉଭୟ ବ୍ୟାଟ ଓ ବଲରେ ଚମତ୍କାର ପ୍ରଦର୍ଶନ କରିଥିଲା। ନିଜର ୩୫ତମ ଜନ୍ମଦିନରେ ବିରାଟଙ୍କ ଶତକ ପ​‌େ​‌ର ରବୀନ୍ଦ୍ର ଜାଡେଜାଙ୍କ ଯାଦୁକରୀ ସ୍ପିନରେ ଦକ୍ଷିଣ ଆଫ୍ରିକା ବ୍ୟାଟିଂ ଲାଇନ ତାସ ଘରପରି ଭୁଶୁଡି ପଡିଥିଲା। ଦକ୍ଷିଣ ଆଫ୍ରିକାର ବ୍ୟାଟସମ୍ୟାନମାନେ​‌ ଭାରତୀୟ ବୋଲରଙ୍କ ସାମ୍ନା କରିନପାରି ୨୭.୧ଓଭରରେ ମାତ୍ର ୮୩ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲେ। ବିରାଟ କୋହଲି ମ୍ୟାଚର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଏହି ବିଜୟ ସହିତ ବିଶ୍ବକପରେ କ୍ରମାଗତ ଅ​‌ଷ୍ଟମ ବିଜୟ ସହ ଭାରତ ନୂତନ କୀର୍ତ୍ତିମାନ ସୃଷ୍ଟି କରିଛି। ଭାରତ ୮ଟି ମ୍ୟାଚରୁ ୮ଟି ବିଜୟ ହାସଲ କରିଛି। ପୂର୍ବରୁ ୨୦୧୫ ବିଶ୍ବକପରେ ଭାରତ କ୍ରମାଗତ ୭ଟି ମ୍ୟାଚ ଜିତିଥିଲା।
ଚଳିତ ବିଶ୍ବକପର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଇଡେନଗାର୍ଡେନରେ ଅସଲ ପରୀକ୍ଷା ହୋଇଥିଲା। ଭାରତ ବିରାଟ କୋହଲିଙ୍କ ଅପରାଜିତ ୧୦୧ ଓ ଶ୍ରେୟାସ ଆୟରଙ୍କ ୭୭ରନ ବଳରେ ୩୨୬ରନ କରିଥିଲା। ୩୨୭ରନ ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦକ୍ଷିଣ ଆଫ୍ରିକା ପ୍ରାରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୪୦ରନରେ ୫ଟି ୱିକେଟ ହରାଇଥିଲା। ଚଳିତ ବିଶ୍ବକପରେ ସର୍ବାଧିକ ରନ ହାସଲକାରୀ କ୍ବିଣ୍ଟନ ଡିକକ୍‌ ମାତ୍ର ୫ରନ କରି ମହମ୍ମଦ ସିରାଜଙ୍କ ବଲରେ କ୍ଲିନ ବୋଲଡ ହୋଇଥିଲେ। ଅଧିନାୟକ ତାମ୍ବେ ବାଭୁମା ୧୧, ରାଶି ଭାନ ଡାନ ଡୁସେନ ୧୩, ଆଇଡାନ ମାର୍କରାମ ୯ ଓ ହେନରିଚ କ୍ଲାସେନ ୧ରନ କରି ଆଉଟ୍‌ ହୋଇଥିଲେ। ୬ଷ୍ଠ ୱିକେଟରେ ଡେଭିଡ୍‌ ମିଲର ଓ ମାର୍କୋ ୟାନସେନ ୧୯ରନ ସଂଗ୍ରହ କରିଥିଲେ। ୫୯ରନ ସ୍କୋର ଥିବାବେଳେ ମିଲର ୧୧ରନ କରି ଆଉଟ୍‌ ହୋଇଥିଲେ। ଦଳ ​‌େ​‌ଶଷ ୪ ୱିକେଟ ୨୪ରନ ମଧ୍ୟରେ ହରାଇଥିଲା। ୟାନସେନ ସର୍ବାଧିକ ୧୪ରନ କରିଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ୫ ଟି, ମହମ୍ମଦ ସାମି ଓ କୁଳଦୀପ୍‌ ଯାଦବ ୨ଟି ଲେଖାଏଁ, ମହମ୍ମଦ ସିରାଜ ଗୋଟିଏ ୱିକେଟ ନେଇଥିଲେ।
ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଓ ଶୁବମାନ ଗିଲ୍‌ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ଉଭୟେ ୫.୫ ଓଭରରୁ ୬୨ରନ ସଂଗ୍ରହ କରିଥିଲା। ରୋହିତ ୨୪ଟି ବଲରୁ ୬ଟି ଚୌକା ଓ ୨ଟି ଛକା ସହ ୪୦ରନ କରି ଆଉଟ୍‌ ହୋଇଥିଲେ। ଗିଲ୍‌ ଓ ବିରାଟ କୋହଲି ଦ୍ବିତୀୟ ୱିକେଟରେ ୩୧ରନ ସଂଗ୍ରହ କରିଥିଲେ। ୯୩ରନରେ ଭାରତ ଦ୍ବିତୀୟ ୱିକେଟ ହରାଇଥିଲା। ଗିଲ୍‌ ଭଲ ଖେଳୁଥିଲେ ମଧ୍ୟ ୨୩ରନ କରି କେଶବ ମହାରାଜ୍‌ଙ୍କ ଚମତ୍କାର ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ବିରାଟ ଓ ଶ୍ରେୟାସ ଆୟର ଇନିଂସକୁ ଆଗକୁ ବଢାଇଥିଲେ। ଦୁଇ ବ୍ୟାଟ୍‌ସମ୍ୟାନ କିଛି ସମୟ ସ୍ପିନକୁ ଖେଳିବା ନେଇ ସମସ୍ୟାରେ ପଡିଥିଲେ ମଧ୍ୟ ଧୈର୍ଯ୍ୟ ହରାଇନଥିଲେ। ବିରାଟ ୬୭ଟି ବଲରୁ ଓ ଆୟର ୬୪ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ୩ୟ ୱିକେଟ ପାଇଁ ଉଭୟେ ୧୩୪ରନ ସଂଗ୍ରହ କରିଥିଲେ। ସ୍କୋର ୨୨୭ରନ ଥିବାବେଳେ ଶ୍ରେୟାସ ୭୭ରନ କରି ବଡ ସଟ ଖେଳିବାକୁ ଯାଇ ଆଉଟ୍‌ ହୋଇଥିଲେ। ୪ର୍ଥ ୱିକେଟରେ ବିରାଟଙ୍କ ସହ ଲୋକେଶ ରାହୁଲ ମାତ୍ର ୨୨ରନ ଭାଗିଦାରୀ କରିଥିଲେ। ୨୪୯ରନରେ ଭାରତ ୪ର୍ଥ ୱିକେଟ ହରାଇଥିଲା। ରାହୁଲ ୮ରନ କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟେ କୋହଲି ବ୍ୟାଟିଂ ଜାରି ରଖିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୪ଟି ବଲରୁ ୨୨ରନ କରି ଆଉଟ୍‌ ହୋଇଥିଲେ। ୨୮୫ରନରେ ୫ମ ୱିକେଟର ପତନ ଘଟିଥିଲା। ବିରାଟ ୧୧୯ଟି ବଲରୁ ତାଙ୍କର ୪୯ତମ ଶତକ ହାସଲ କରିଥିଲେ। ରବୀନ୍ଦ୍ର ଜାଡେଜାଙ୍କ ଦ୍ରୁତ ୨୯ରନ ବଳରେ ଭାରତ ୫ ୱିକେଟ​ରେ ୩୨୬ ରନ କରିବାକୁ ସକ୍ଷମ ହୋଇଥିଲା। ବିରାଟ ୧୨୧ଟି ବଲରୁ ୧୦ଟି ଚୌକା ସହ ୧୦୧ ଓ ଜାଡେଜା ୧୫ଟି ବଲରୁ ୩ଟି ଚୌକା ଓ ୧ଟି ଛକା ସହ ୨୯ରନ କରି ଅପରାଜିତ ରହିଥିଲେ। ଦକ୍ଷିଣ ଆଫ୍ରିକା ପକ୍ଷରୁ ଲୁଙ୍ଗି ଏନ୍‌ଗିଡ଼ି, ମାର୍କୋ ୟାନସେନ, କାଗିସୋ ରାବଡା, କେଶବ ମହାରାଜ୍‌ ଓ ତାବରିଜ୍‌ ସାମ୍‌ସି ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

Comments are closed.