www.samajalive.in
Sunday, December 14, 2025
14.1 C
Bhubaneswar

ବାଙ୍କୀ ଜନ କଲ୍ୟାଣ ବରିଷ୍ଠ ନାଗରିକ ସଂଘର ସମ୍ମିଳନୀ

କଳାପଥର (ବାଙ୍କୀ ) :  ବରିଷ୍ଠ ନାଗରିକମାନଙ୍କୁ କିଭଳି ସୁରକ୍ଷା ଓ ତାଙ୍କର ବୃଦ୍ଧ ଅବସ୍ଥାରେ ଘଟୁଥିବା ସମସ୍ୟାର ନିରାକରଣ ସମ୍ପର୍କିତ ବାଙ୍କୀ ଜନ କଲ୍ୟାଣ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ଦିବସୀୟ ସମ୍ମିଳନୀ ବାଙ୍କି ବ୍ଲକ୍ କେନ୍ଦୂପଲ୍ଲି ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ଛଅ ଶହ ଜଣ ବରିଷ୍ଠ ନାଗରିକଙ୍କ ଉପସ୍ଥିତରେ ସଂଘର ସଭାପତି ନୃସିଂହ ଚରଣ ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ବିପିନ ବିହାରୀ ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ । କେଶବ ଚନ୍ଦ୍ର ବେହେରା ପ୍ରାରମ୍ଭିକ ଭାଷଣ ଦେଇଥିଲେ । ଏହି ସଭାରେ ମୁଖ୍ୟ ଅତିଥି ଭାବେ କାହ୍ନୁ ଚରଣ ସାହୁ, ମୁଖ୍ୟ ବକ୍ତା ଭାବେ  ବୈଦେଶ୍ୱର ସରପଞ୍ଚ ସୁରଞ୍ଜନ ପଣ୍ଡା, ବାଙ୍କୀ ବ୍ଲକର ପୂର୍ବତନ ଅଧ୍ୟକ୍ଷ କାହ୍ନୁ ଚରଣ ସିଂହ, କେନ୍ଦୂପଲ୍ଲି ପଞ୍ଚାୟତ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ପୂର୍ବତନ ସରପଂଚ ବିଜନ କୁମାର ସାହୁ, କେନ୍ଦୂପଲ୍ଲି ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରେମାନନ୍ଦ ସାହୁ, ବାଙ୍କୀ ପ୍ରେସ କ୍ଲବ ଉପ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗ ଦେଇ ବରିଷ୍ଠ ନାଗରିକ ମାନେ ଯେଉଁ ମାନଙ୍କୁ ସେମାନଙ୍କ ପିଲା ମାନେ ହଇରାଣ କରୁଛନ୍ତି ସେମାନଙ୍କୁ ନିକଟସ୍ଥ ପୁଲିସ ସୁରକ୍ଷା ଦେବା ପାଇଁ ନିବେଦନ କରିଥିଲେ । ଏହି ସଭାରେ କାଳନ୍ଦୀ ଚରଣ ମହାନ୍ତି, ବ୍ରଜବନ୍ଧୁ ସାହୁ, ରାମଚନ୍ଦ୍ର ସାହୁ, ସାରଙ୍ଗ ଧର ମିଶ୍ର, ଦେବରାଜ ସାହୁ, ପଠାଣି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories