www.samajalive.in
Sunday, December 7, 2025
18.1 C
Bhubaneswar

ସରପଞ୍ଚ ସଙ୍ଘର ‘ଆମ ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମକୁ ବିରୋଧ

ଫୁଲବାଣୀ : ସାରା ରାଜ୍ୟରେ ବର୍ତ୍ତମାନ କିଛିଦିନ ହେଲା ବ୍ଲକ ମୁଖ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟାଳୟ ମାନଙ୍କରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଭିନ୍ନ ଜାଗାରେ ଏହି କାର୍ଯ୍ୟକ୍ରମକୁ ସରପଞ୍ଚ ସଙ୍ଘ ଗୁଡିକ ବିରୋଧ କରୁଥିବା ଦେଖିବାକୁ ମିଳିଛି ।  ଫିରିଙ୍ଗିଆ ବ୍ଲକ ମୁଖ୍ୟାଳୟରେ ସୋମବାର ଦିନ ହେବାକୁ ଥିବା ଏହି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ଫିରିଙ୍ଗିଆ ସରପଞ୍ଚ ସଙ୍ଘ ତରଫରୁ ବିରୋଧ କରିବା ସହ କାର୍ଯ୍ୟକ୍ରମରେ ସହଯୋଗ କରିବେ ନାହିଁ ବୋଲି ସରପଞ୍ଚ ସଂଘ ତରଫରୁ ସୂଚନା ମିଳିଛି। ଏନେଇ ଫିରିଙ୍ଗିଆ ବ୍ଲକ ସରପଞ୍ଚ ସଙ୍ଘ ତରଫରୁ ଗୋଷ୍ଠି ଉନ୍ନୟନ ଅଧିକାରୀ ଅନୁପ ଅଭିଷେକ ବେହେରାଙ୍କୁ ମଧ୍ୟ୍ୟ ଏକ ଲିଖିତ ପତ୍ର ଦିଆଯାଇଥିବା ସଂଘ ତରଫରୁ ସୂଚନା ମିଳିଛି। ସୂଚନା ଅନୁସାରେ ରାଜ୍ୟରେ ନିର୍ବାଚିତ ହୋଇଥିବା ସରପଞ୍ଚ ମାନେ ନିଜର ହକ ପାଇଁ ଦୀର୍ଘ ଦିନ ଧରି ୧୫ ଦଫା ଦାବିପତ୍ର ରାଜ୍ୟ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରି ଆସୁଥିବା ସହ ବାରମ୍ବାର ରାଜଧାନୀର ରାଜରାସ୍ତାରେ ଆନ୍ଦୋଳନ କରି ଆସୁଛନ୍ତି। କିନ୍ତୁ ରାଜ୍ୟ ସରକାର ସରପଞ୍ଚ ମାନଙ୍କ ପ୍ରତି ବାରମ୍ବାର ବୈମାତୃକ ମନୋଭାବ ପୋଷଣ କରିବା ସହ ସରପଞ୍ଚ ମାନଙ୍କ କୌଣସି ଦାବି ମାନୁନାହାନ୍ତି। ଯେଉଁଥି ପାଇଁ ସରକାର ସରପଞ୍ଚ ମାନଙ୍କ ଦାବି ଗୁଡିକୁ ନମାନିବ ଯାଏ ସରପଞ୍ଚ ମାନେ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗ ଦେବେ ନାହିଁ ବୋଲି ରୋକଠୋକ ମନା କରିଛନ୍ତି। ଅନ୍ୟପଟେ ସଭା ସ୍ଥଳକୁ ଲୋକ ଆଣିବା ପାଇଁ ରବିବାର ଛୁଟି ଦିନ ହୋଇ ଥିଲେ ମଧ୍ୟ୍ୟ ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ କାର୍ଯ୍ୟନିର୍ବାହୀ ଅଧିକାରୀ ମାନେ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ ପଞ୍ଚାୟତ ସ୍ତରୀୟ କର୍ମଚାରୀ ୱାର୍ଡ ମେମ୍ବର ଓ ଗାଁ ସାଥି ମାନଙ୍କୁ ନେଇ ବୈଠକ କରୁଥିବା ଦେଖିବାକୁ ମିଳିଛି। ଏହା ସମ୍ପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମ ହୋଇଥିବା ବେଳେ ସଭାସ୍ଥଳକୁ ବିଜୁ ଜନତା ଦଳର ନିର୍ବାଚନୀ ସଭା ଭଳି ସଜା ଯାଇଥିବାରୁ ଅନ୍ୟ ରାଜନୈତିକ ଦଳ ଏହାକୁ କଟାକ୍ଷ କରିବା ସହ ବିରୋଧ କରିଛନ୍ତି

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories