www.samajalive.in
Tuesday, December 9, 2025
23.1 C
Bhubaneswar

ଆନ୍ଧ୍ରରେ ନିର୍ଯାତନା ପାଇ ଘରକୁ ଫେରିଲେ ୮ ଦାଦନ ଶ୍ରମିକ

ପାପଡାହାଣ୍ଡି : ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହୋଇ ସ୍ଥାନୀୟ ଅଞ୍ଚଳର ୮ଜଣ ଶ୍ରମିକ ଫେରି ଆସିଛନ୍ତି। ପାରିଶ୍ରମିକ ବଦଳରେ ଏମାନଙ୍କୁ ନିର୍ଯାତନା ଦିଆଯାଇଥିବା ବେଳେ ସମ୍ପୃକ୍ତ ଦଲାଲମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏମାନେ ଅନୁରୋଧ କରିଛନ୍ତି। ଇଟାଭାଟିରେ ଏମାନେ କାମ କରୁଥିବାବେଳେ ଟଙ୍କା ମାଗିଲେ ମାଡ଼ ସହ ଚେଙ୍ଖ ଦିଆଯାଇଥିବା ଅଭିଯୋଗରେ କୁହାଯାଇଛି। ଏମାନଙ୍କ ବକେୟା ପ୍ରାପ୍ୟ ମଧ୍ୟ ଏମାନେ ଦାବି କରିଛନ୍ତି। ଏହି ଶ୍ରମିକମାନେ ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ତୁମ୍ବର୍ଲା ପଞ୍ଚାୟତ ରଜାମାଟୁ ଗ୍ରାମର ବୋଲି ଜଣାପଡିଛି। ଏମାନେ ଦଲାଲଙ୍କ ପ୍ରଲୋଭନରେ ପଡ଼ି ଆନ୍ଧ୍ରର ପେଦାପାଲ୍ଲୀସ୍ଥିତ ଇଟାଭାଟିରେ ଯାଇ କାମ କରୁଥିଲେ। ମାସକୁ ୯ ହଜାର ଟଙ୍କା ଦିଆଯିବ ବୋଲି ଏମାନଙ୍କୁ ପ୍ରଲୋଭନ ଦିଆଯାଇଥିଲା। ଚଳିତ ମାସ ଅଗଷ୍ଟରେ ଏମାନେ ପେଦାପାଲ୍ଲୀ ଯାଇଥିଲେ। ସେଠାରେ ମାଲିକ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏମାନଙ୍କୁ କାମ କରାଉଥିଲେ ବୋଲି ଅଭିଯୋଗରେ କୁହାଯାଇଛି। ଟଙ୍କା ମାଗିଲେ ସେମାନଙ୍କୁ ମାଡ଼ ସହ ନିଆଁ ଚେଙ୍ଖ ଦିଆଯାଉଥିଲା ବୋଲି କୁହାଯାଇଛି। ଭୟରେ ଏମାନେ କାମ କରୁଥିଲେ। ତିନି ମାସ କାମ କରି ମାଲିକଙ୍କୁ ଟଙ୍କା ମାଗିବାରୁ ଦଲାଲମାନେ ଟଙ୍କା ନେଇ ଯାଇଥିବା କହି ଜୋରଜବରଦସ୍ତ କାମ କରାଉଥିଲେ ବୋଲି କୁହାଯାଇଛି।
କୌଶଳ କ୍ରମେ ଏମାନେ ନିଜ ଘରକୁ ଏହି ଖବର ଜଣାଇବା ପରେ ଜିଲା ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଶ୍ରମିକମାନେ ଘରକୁ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ପୁରନ୍ଧର ଜାନି, ଦିବାକର ଜାନି, ମହେଶ୍ୱର ଜାନି, ଭାଗରଥି ଜାନି, ସୁବାସ ଜାନି, ସନସାଇ ଜାନି, ପୀତବାସ ଜାନି, ମୋଟୁ ସନ୍‌ସାଇ ଜାନୀ ପ୍ରମୁଖ ଅଛନ୍ତି। ଏମାନେ ଗୁରୁବାର ଜିଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଜିଲା ଆଦିବାସୀ ବିକାଶ ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ସଚେତନତା ଅଭାବରୁ ଏପରି ଅଘଟଣ ବାରମ୍ବାର ହେଉଥିବା କହିଛନ୍ତି। ଜିଲା ଶ୍ରମଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ଶ୍ରମିକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

Related Articles

Popular Categories