www.samajalive.in
Sunday, December 14, 2025
23.1 C
Bhubaneswar

ତିନୋଟି ରିୟର କ୍ୟାମେରା ସହ ଭାରତୀୟ ବଜାରକୁ ଆସିଲା ‘ଏମଆଇ ଏ-୩’

ନୂଆଦିଲ୍ଲୀ : ଜିଓମୀ କମ୍ପାନୀ ସ୍ପେନରେ ତାର ନୂଆ ସ୍ମାର୍ଟଫୋନ ‘ଏମଆଇ ଏ-୩’ ଲଞ୍ଚ କଲାପରେ ବୁଧବାର ଭାରତୀୟ ବଜାର ପ୍ରବଶେ କରାଇଛି। ‘ଏମଆଇ ଏ-୩’ ଫୋନରେ ତିନୋଟି ରିୟର କ୍ୟାମେରା ଦିଆଯାଇଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲ, ଦ୍ବିତୀୟଟି ୮ମେଗାପିକ୍ସେଲ ଏବଂ ତୃତୀୟଟି ୪ମେଗାପିକ୍ସେଲର ରହିଛି। ଏହାବ୍ୟତୀତ ଏହି ଫୋନରେ ଗ୍ଲାସି ଫିସ୍ ଏବଂ ୱାଟର ଡ୍ରପ ନଞ୍ଚ ଡ଼ିସପ୍ଲେ ରହିଛି। ତେବେ ଆସନ୍ତୁ ଏହି ଫୋନ ବାବଦରେ ବିସ୍ତାରରୂପେ ଜାଣିବା-

ଭାରତରେ ଏମଆଇ ଏ-୩ର ୪ଜିବି ରାମ ଓ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୨ହଜାର ୯୯୯ଟଙ୍କା। ଏହାର ୬ଜିବି ରାମ ଏବଂ ୧୨୮ଜିବି ଷ୍ଟୋରେଜର ମୂଲ୍ୟ ୧୫ହଜାର ୯୯୯ଟଙ୍କା। ଫୋନରେ ଡୁଆଲ ସିମ ସପୋର୍ଟ ସହିତ ଆଣ୍ଡ୍ରଏଡ ପାଇ ୯.୦ ରହିଛି। ଏହାସହିତ ଏଥିରେ ୬.୦୮ର ଏୁଡି ପ୍ଲସ ଏମୋଲେଡ୍ ଡ଼ିସପ୍ଲେ ମିଳିବ। ଏହାର ଡ଼ିସପ୍ଲେ ଉପରେ ୱାଟର ଡ୍ରପ ନଞ୍ଚ ଏବଂ ଗରିଲା ଗ୍ଲାସ୍-୫ ରହିଛି। ଏଥିରେ ଇନ୍ ଡ଼ିସପ୍ଲେ ଟିପଚିହ୍ନ ସେନସର ଏବଂ କ୍ବାଲାକମର ସ୍ନାପଡ଼୍ରାଗନ୍ ୬୬୫ ପ୍ରୋସେସର ରହିଛି। ସଂଯୋଗ ପାଇଁ ଫୋନରେ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ ଭି୫.୦, ଜିପିଏସ୍, ୟୁଏସବି ଟାଇପ୍ ସି ଚାର୍ଜିଙ୍ଗ ପୋର୍ଟ ଏବଂ ୪ହଜାର ୩୦ ଏମ୍ଏଚ୍ ବ୍ୟାଟେରୀ ଦିଆଯାଇଛି। ଫୋନ ସହି୍ତ ୧୮ୱାଟର ଫାଷ୍ଟ ଚାର୍ଜର ପାଇପାରିବେ।

- Advertisement -

ଏହି ଫୋନର ବିକ୍ରି ଅନଲାଇନ ଷ୍ଟୋର ଆମାଜନ ଇଣ୍ଡିଆ, ଏମଆଇ ସାଇଟ୍ ଏବଂ ଏମଆଇ ହୋମ ଷ୍ଟୋରରେ ଅଗଷ୍ଟ ୨୩ ଦିନ ୧୨ଟାରୁ ଉପଲବ୍ଧ ହେବ। ସେହିଭଳି ଖୁବଶୀଘ୍ର ଏହି ଫୋନକୁ ଅଫଲାଇନରେ ଉପଲବ୍ଧ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories