କେନ୍ଦୁଝର କାରାଗାରରେ ଦଣ୍ଡ ଭୋଗୁଥିବା କଏଦୀଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ଜିଲା ମୁଖ୍ୟ କାରାଗାରରେ ବୁଧବାର ଦଣ୍ଡ ଭୋଗୁଥିବା ଜଣେ କଏଦୀଙ୍କର ମୃତ୍ୟୁ ହୋଇଛି। ମୃତ କଏଦୀଙ୍କ ନାମ ବିପିନ ନାୟକ। ତାଙ୍କ ଘର ବଡିବିଲ ଥାନା ଅନ୍ତର୍ଗତ ହିସାବୁରୁରେ।
ସୂଚନା ଅନୁସାରେ, ଆଜି ସକାଳେ ବିପିନ ଛାତିରେ ଯନ୍ତ୍ରଣା ଅନୁଭବ କରିବା ସହ ତାଙ୍କର ବାନ୍ତି ହୋଇଥିଲା। ଏହାପରେ ଜେଲ୍ ଡାକ୍ତର ତାଙ୍କର ଚିକିତ୍ସା କରିବା ସହ ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଏକ ହତ୍ୟା ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ କୋର୍ଟ ବିପିନଙ୍କୁ ୨୦୧୭ ମସିହାରେ ୧୦ ବର୍ଷର ଦଣ୍ଡାଦେଶ ଶୁଣାଇଥିଲେ।

Comments are closed.