www.samajalive.in
Sunday, December 14, 2025
23.1 C
Bhubaneswar

ଗାନ୍ଧୀ ଜୟନ୍ତୀରୁ ଟ୍ରେନରେ ପ୍ଲାଷ୍ଟିକ ମନା

ନୂଆଦିଲ୍ଲୀ: ଭାରତୀୟ ରେଳ ମନ୍ତ୍ରାଳୟ ବୁଧବାର ଏକ ବଡ ନିଷ୍ପତି ନେଇଛି। ଭାରତୀୟ ରେଳ ମନ୍ତ୍ରାଳୟ ଅଧୀନରେ ଥିବା ସମସ୍ତ ରେଳ ଡିଭିଜନକୁ ପ୍ଲାଷ୍ଟିକ ବ୍ୟବହାର ଉପରେ କଟକଣା ଜାରି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀଠାରୁ ଟ୍ରେନ ମଧ୍ୟରେ ୫୦ ମାଇକ୍ରୋନରୁ କମ ମୋଟ ଥିବା ପ୍ଲାଷ୍ଟିକ ଏବଂ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ଟ୍ରେନରେ ଯାତ୍ରୀ ବ୍ୟବହୃତ କରୁଥିବା ପାଣି ବୋଟଲ ଯାହାକି ଦ୍ୱିତୀୟ ଥର ବୃବହାର ଉପଯୋଗୀ ନୁହେଁ ସେଗୁଡିକୁ ରୋଷେଇ କର୍ମଚାରୀ (ପ୍ୟାଣ୍ଟ୍ରି ଷ୍ଟାପ୍‍) ସବୁ ବଗି ମଧ୍ୟରୁ ସଂଗ୍ରହ କରି ନଷ୍ଟ କରିଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗାନ୍ଧିଜୀଙ୍କ ୧୫୦ ତମ ଜନ୍ମ ଶତ ବାର୍ଷିକରେ ଦେଶର ସ୍ୱଚ୍ଛତା ଉପରେ ଧ୍ୟାନ ଦେଇ ରେଳ ବିଭାଗ ଏହି ନିଷ୍ପତି ନେଇଥିବା ଜଣାପଡିଛି। ରେଳ ବିଭାଗର ଏହି ବଡ ନିଷ୍ପତି ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବାରେ ସହାୟକ ହେବା ସହ ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନରେ ଏକ ପାଦ ଆଗକୁ ବଢେଇ ପାରିବ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories