www.samajalive.in
Monday, December 15, 2025
26.1 C
Bhubaneswar

ମାଟ୍ରିକ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ : ୮ ଜଣ ନିଲମ୍ବିତ

କଟକ : ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟକୁ ନେଇ ବୋର୍ଡ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ଇନଭିଜିଲେଟର ଓ  ଅଧୀକ୍ଷକ ମୋଟ ୮ ଜଣଙ୍କୁ ନିଲମ୍ବନ କରାଯାଇଛି । ବୋର୍ଡ ସଭାପତି ଜାହାନ ଆରା ବେଗମ୍ ଏହି ସୂଚନା ଦେଇଛନ୍ତି ।

ନୂଆପଡା ଜିଲ୍ଲାର ୨ଟି, ଢ଼େଙ୍କାନାଳ ଏବଂ କୋରାପୁଟ ଜିଲ୍ଲାର ଗୋଟିଏ ଲେଖାଏଁ ପରୀକ୍ଷା କେନ୍ଦ୍ରର ୪ ଜଣ ଇନଭିଜିଲେଟର ଓ ୪ଜଣ ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି। ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି । ନୂଆପଡା ଜିଲ୍ଲା ବୋଡେନ ବ୍ଳକର କରଙ୍ଗମାଳ ଓ  ଗୋପୀନାଥ ହାଇସ୍କୁଲ, କୋରାପୁଟ ଜିଲ୍ଲାର ବନ୍ଧୁଗାଁ ହାଇସ୍କୁଲ ଏବଂ ଢ଼େଙ୍କାନାଳର ସୁଦର୍ଶନ ବିଦ୍ୟାଭବନର ଇନଭିଜିଲେଟର ଓ  ଅଧୀକ୍ଷକଙ୍କୁ ନିଲମ୍ବନ କରାଯାଇଛି । ଘଟଣାରେ ସଂପୃକ୍ତ ପିଲାଙ୍କୁ ଚିହ୍ନଟ କରାଯାଇ ପରୀକ୍ଷାରୁ ବାଦ ଦିଆଯିବ ବୋଲି ବୋର୍ଡ ସଭାପତି କହିଛନ୍ତି ।

- Advertisement -

ସୂଚନା ଯୋଗ୍ୟ ଶୁକ୍ରବା​ରଠାରୁ ରାଜ୍ୟରେ ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଛି। ତେବେ ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ହୋଇଥିବା ବେଳେ ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ବୋର୍ଡ କର୍ତ୍ତୃପକ୍ଷ ଏହାକୁ ସ୍ବୀକାର କରିବା ସହିତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

 

 

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories