ମର୍ସିଡିଜ ସି-କ୍ଲାସ ପେଟ୍ରୋଲ ୱେରିଆଣ୍ଟ ଭାରତରେ ଲଞ୍ଚ
ନୂଆଦିଲ୍ଲୀ : ଲୋକପ୍ରିୟ ଅଟୋମୋବାଇଲ କମ୍ପାନୀ ମର୍ସିଡିଜ-ବେଞ୍ଜ ଇଣ୍ଡିଆ ନିଜର ନୂଆ ମଡେଲ ୨୦୧୮ ସି-କ୍ଲାସ ସୋଡାନର ପେଟ୍ରୋଲ ୱେରିଏଣ୍ଟ ଭାରତୀୟ ବଜାର ପ୍ରବେଶ କରାଯାଇଛି। ଏହି କାରର ପୁରୁଣା ମଡେଲ ସେପ୍ଟେମ୍ବର ମାସରେ ଲଞ୍ଚ କରାଯାଇଥିଲା। ଏହି କାର କେବଳ ଡିଜେଲ ୱେରିଏଣ୍ଟର ବ୍ୟବସ୍ଥା ରହିଥିଲା। ଏହି ନୂଆ ମଡେଲ କାରର ମୂଲ୍ୟ ୪୩.୪୬ ଲକ୍ଷ ଟଙ୍କା ରହିଛି। ମର୍ସିଡିଜର ଏହି ମଡେଲ କାର ଲଞ୍ଚ ହେବା ପରେ ବର୍ତ୍ତମାନ କମ୍ପାନୀର ତିନି ଡିଜେଲ ଓ ଗୋଟିଏ ପେଟ୍ରୋଲ କାର ବଜାରରେ ଉପଲବ୍ଧ ରହିଛି।
ମର୍ସିଡିଜ-ବେଞ୍ଜ ସି-କ୍ଲାସ ୨୦୧୮ ପେଟ୍ରୋଲ ୱେରିଏଣ୍ଟ କାରରେ ୧.୫ଲିଟର ଚାରି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ରହିଛି। ଏହି କାରରେ ମାଇଲ୍ଡ ହାଇବ୍ରିଡ ସିଷ୍ଟମ ‘ଇକ୍ୟୁ ବୁଷ୍ଟ’ ରହିଛି। ଏହାବ୍ୟତୀତ କାରରେ ମଲ୍ଟି ଜନˆସନ ସ୍ଟେରିଂ ହ୍ୟୁଇଲ, ଡୁଆଲ ଚିଟଫଣ୍ଡ କଣ୍ଟ୍ରୋଲ, ୧୦.୨୫ ଇଞ୍ଚ କମାଣ୍ଡ ଇନଫୋଟେନମେଣ୍ଟ ସିଷ୍ଟମ, ଏକ୍ଟିଭ ପାର୍କିଂ ଆସିଷ୍ଟ, ଏବିଏଣ୍ଟ ଲାଇଟିଂ ଆଦି ବହୁ ସୁବିଧା ରହିଛି। କାରରେ ଥିବା ସମସ୍ତ ସୁବିଧାକୁ ଦେଖି ଭଲ ବ୍ୟବସାୟ କରିବ ବୋଲି କମ୍ପାନୀ ଆଶା ରଖିଛି।