www.samajalive.in
Monday, December 15, 2025
27.1 C
Bhubaneswar

ଅଭିନନ୍ଦନଙ୍କୁ ପାକିସ୍ତାନରେ ଦିଆଯାଇଥିଲା ମାନସିକ ନିର୍ଯ୍ୟାତନା

ନୂଆଦିଲ୍ଲୀ ..-  ଶତ୍ରୁ ପକ୍ଷର ଅତ୍ୟାଧୁନିକ ଯୁଦ୍ଧ ବିମାନକୁ ଘଉଡାଇବା ସହ ଏକ ଏଫ୍‌-୧୬ ବିମାନ ନଷ୍ଟ କରିବା ପରେ ଭାରତୀୟ ବାୟୁସେନାର  ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ମିଗ୍‌-୨୧ ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଏହାପରେ ସେ ପାରାଚ୍ୟୁଟ ଯୋଗେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଓହ୍ଲାଇଥିଲେ । ତାଙ୍କୁ ପାକିସ୍ତାନ ସେନା ନିଜ ହେପାଜତକୁ ନେଇଥିଲା ।  ଭାରତର କୂଟନୈତିକ ଚାପ ଯୋଗୁଁ ତାଙ୍କୁ  ଫେରାଇଦେବା ପାଇଁ ପାକିସ୍ତାନ ଏକ ପ୍ରକାରର ବାଧ୍ୟ ହୋଇଥିଲା । ମାତ୍ର ଏହି ୬୦ ଘଣ୍ଟା ମଧ୍ୟରେ ତାଙ୍କୁ ମାନସିକ ଚାପି ଦିଆଯାଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ପ୍ରକାଶ କରିଛନ୍ତି ।  ତାଙ୍କୁ ଶାରିରୀକ ଭାବେ କୌଣସି ନିର୍ଯ୍ୟାତନା ଦିଆଯାଇ ନଥିଲେ ବି ମାନସିକ ଯନ୍ତ୍ରଣା ଦିଆଯାଇଥିଲା ବୋଲି  ଅଭିନନ୍ଦନ ପ୍ରକାଶ କରିଥିବା ସୂଚନା ମିଳିଛି ।

ଟାଇମସ୍‌ନାଓରେ ବାହାରିଥିବା ଖବର ଆନୁଯାୟୀ,  ବାୟୁସେନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ  ଅଭିନନ୍ଦଙ୍କୁ ଏବେ ବିସ୍ତୃତ ଭାବେ ଡାକ୍ତରୀ ଯାଞ୍ଚ କରାଯାଉଛି । ଅଭିନନ୍ଦନ ବାୟୁସେନା ପ୍ରମୁଖ ବିଏସ୍‌ ଧନୋଆଙ୍କୁ ଭେଟିଛନ୍ତି ।  ଶନିବାର ସକାଳେ ସେ ଧନୋଆଙ୍କୁ ଭେଟିଥିଲେ ।ସେ ପାକିସ୍ତାନରେ ଘଟିଥିବା ସମସ୍ତ ଘଟଣାର ସୂଚନା ଦେଇଛନ୍ତି ।

- Advertisement -

ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ପାକିସ୍ତାନରେ ନିଜର ବୀରତ୍ୱ ପଦର୍ଶନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଅଭିନନ୍ଦନ ଶୁକ୍ରବାର ରାତିରେ ୱାଘା-ଅଟାରୀ ସୀମା ଦେଇ ଭାରତକୁ ଆସିଥିଲେ। ସୂଚନା ଅନୁସାରେ ଅଭିନନ୍ଦନଙ୍କୁ ନୂଆଦିଲ୍ଲୀ ସ୍ଥିତ ଏଏଫସିଏମଇରେ ଚିକିତ୍ସା କରାଯାଉଛି। ଚିକିତ୍ସା ସମୟରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଅଭିନନ୍ଦନଙ୍କୁ ଭେଟିଛନ୍ତି। ସମଗ୍ର ଦେଶ ଆପଣଙ୍କ ବୀରତ୍ୱକୁ ସମ୍ମାନ କରୁଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଏହି କଥାବାର୍ତ୍ତା ସମୟରେ ୱିଙ୍ଗ କମାଣ୍ଡର ଅଭିନନ୍ଦନ କିଭଳି ଭାବେ ପାକିସ୍ତାନରେ ୬୦ ଘଣ୍ଟା ସମୟର ବିତାଇ ଥିଲେ ତାହାର ସମସ୍ତ ସୂଚନା ଦେଇଛନ୍ତି। ଅଭିନନ୍ଦନ ଭାରତ ସୀମାରେ ପ୍ରବେଶ କରୁଥିବା ସମୟରେ ତାଙ୍କ ବାମ ଆଖିରେ ଆଘାତ ଲାଗିଛି ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories