www.samajalive.in
Monday, December 15, 2025
15.1 C
Bhubaneswar

ସରକାରୀ ଅର୍ଥରେ ରାଜନୀତି ଅଭିଯୋଗ ; ବିଜେପିର ସ୍ମାରକପତ୍ର ପ୍ରଦାନ

ଆଠଗଡ :  ସରକାରୀ ଅର୍ଥ ବ୍ୟୟ କରି ଆଠଗଡ ବିଧାୟକ ତଥା କୃଷିମନ୍ତ୍ରୀଙ୍କ ପୁଅକୁ କୃଷି ବିଭାଗ ଅଧିକାରୀ ରାଜନୀତି କରିବାର ସୁଯୋଗ ଦେଇଥିବା ନେଇ ଆଠଗଡ ବିଜେପି ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏ ସଂପର୍କୀତ ଏକ ସ୍ମାରକପତ୍ର ବିଜେପି ନେତା ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଅନ୍ୟ କର୍ମକର୍ତ୍ତା ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇ ସଂପୃକ୍ତ କୃଷି ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଗତ ୨୩ତାରିଖରେ ଆଠଗଡ ବ୍ଲକ କୃଷି ବିଭାଗ ପକ୍ଷରୁ ରାଜନଗର ପଞ୍ଚାୟତରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି ଅନୁକୂଳ ତଥା କୃଷକ ଦିବସ ପାଳନ କରାଯାଇଥିଲା । ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ରନାଥ ରାଉତଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ତାଙ୍କ ସ୍ଥାନରେ ତାଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଖିମୁଠି ଅନୁକୂଳ କରିବା କେତେଦୂର ଯଥାର୍ଥ ତାକୁ ନେଇ ବିଜେପି ପ୍ରଶ୍ନ କରିଛି । ଏହାଦ୍ୱାରା କୌଣସି ପଦପଦବୀରେ ନଥିବା ଜଣେ ବ୍ୟକ୍ତି ବିଶେଷ ନିଜର ରାଜନୈତିକ ସ୍ୱାର୍ଥ ହାସଲ ପାଇଁ ସରକାରୀ ଅର୍ଥ ବ୍ୟୟ କରିବା କେବଳ ବିଜେଡି ସରକାର ସମୟରେ ଦେଖିବାକୁ ମିଳୁଛି ବୋଲି ବିଜେପି ନେତା ଶ୍ରୀ ବାରିକ ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଦିପ୍ତୀମୟୀ ବେହେରା ଦାବିପତ୍ର ଗ୍ରହଣ କରିଥିଲେ । ଆଠଗଡ ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ମିଶ୍ରଙ୍କୁ ମଧ୍ୟ ଏ ସଂପର୍କରେ ଶ୍ରୀ ବାରିକ ପଚାରିବା ସହ ଦଳର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏ ସଂପର୍କରେ କୃଷି ଅଧିକାରୀ ଶ୍ରୀ ମିଶ୍ରଙ୍କୁ ପଚାରିବାରେ, ଅଖିମୁଠି ଅନୁକୂଳ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କୁ ଆମନ୍ତ୍ରଣ କରାଯାଇଥିଲା ଏବଂ କାର୍ଯ୍ୟବ୍ୟସ୍ତତା ହେତୁ ସେ ନଆସିପାରି ତାଙ୍କ ପ୍ରତିନିଧି ଭାବେ ଆଦିତ୍ୟ ପ୍ରତାପ ସ୍ୱାଇଁଙ୍କୁ ପଠାଇଥିଲେ ବୋଲି ପ୍ରତିକ୍ରିୟାରେ କହିଛନ୍ତି । ବିଜେପି ପକ୍ଷରୁ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଜଗଦାନନ୍ଦ ତ୍ରିପାଠୀ, ସୁନିଲ କୁମାର ସୁତାର, ନୂତନ ରାଉତ, ଇଲା ପଣ୍ଡା, ମନୋଜ ରାଉତ, ପିତବାସ ନାଏକ, ପ୍ରକାଶ କୁମାର ସେଠୀ, ଅକ୍ଷୟ କୁମାର ନାୟକ, ନିହାର ରଞ୍ଜନ ରାଉତ, ସରୋଜ ଦାସ ଓ ଅଜିତ୍‌‌ କୁମାର ନାୟକଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories