www.samajalive.in
Saturday, December 6, 2025
17.1 C
Bhubaneswar

ଆଇନକୁ ଉପେକ୍ଷା ନୁହେଁ, ଚିକିତ୍ସା ଲାଗି ଭାରତ ଛାଡିଥିଲି

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଭାରତ ପ୍ରତ୍ୟର୍ପଣ ଆବେଦନ ଉପରେ ନିଜର ସତ୍ୟପାଠ ଦାଖଲ କରିଛନ୍ତି। ଡୋମିନିକା ଉଚ୍ଚ ଅଦାଲତରେ ଚୋକ୍ଷି ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଯେ ସେ ଭାରତର ଆଇନକୁ କୌଣସି ପ୍ରକାରେ ଉପେକ୍ଷା କରି ନାହାନ୍ତି। ଭାରତରୁ ସେ ଲୁଚିଛପି ବିଦେଶ ପଳାଇ ଆସି ନାହାନ୍ତି; ବରଂ ନିଜର ଚିକିତ୍ସା ପାଇଁ ସେ ଭାରତ ଛାଡିଛନ୍ତି। ଚୋକ୍ଷି ଲେଖିଛନ୍ତି ଯେ ତଦନ୍ତକାରୀ ଏଜେନ୍ସିର କୌଣସି ନୋଟିସକୁ ସେ ଅଗ୍ରାହ୍ୟ କରି ନାହାନ୍ତି। ଭାରତ ଛାଡିବା ସମୟରେ ତାଙ୍କ ବିରୋଧରେ କୌଣସି ଗିରଫ ପରୱାନା ନଥିଲା। ସେ ଲେଖିଛନ୍ତି ଯେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ଥିବାରୁ ଚିକିତ୍ସା ନିମନ୍ତେ ସେ ଭାରତରୁ ଆମେରିକା ଚାଲିଆସିଥିଲେ। ଡୋମିନିକା ଉଚ୍ଚ ଅଦାଲତରେ ଚୋକ୍ଷିଙ୍କ ଭାରତ ପ୍ରତ୍ୟର୍ପଣ ଆବେଦନର ଶୁଣାଣି ଚାଲିଛି।

ଭାରତ ସରକାର ଚୋକ୍ଷିଙ୍କୁ ଭାରତ ପ୍ରତ୍ୟର୍ପଣ ନିମନ୍ତେ ଆବେଦନ କରିଥିବାବେଳେ ଏହାକୁ ବିରୋଧ କରି ଚୋକ୍ଷି ସତ୍ୟପାଠ ଦାଖଲ କରିଛନ୍ତି। ରିପୋର୍ଟ ଅନୁଯାୟୀ ଚୋକ୍ଷି ୮ ପୃଷ୍ଠାର ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ ସେ ଭାରତୀୟ ତଦନ୍ତ ଅଧିକାରୀଙ୍କୁ ତଦନ୍ତ ସମ୍ପର୍କିତ କୌଣସି ପ୍ରଶ୍ନ ପଚାରିବା ଲାଗି ଆହ୍ବାନ କରିଛନ୍ତି। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ ୧୩,୫୦୦କୋଟି ଟଙ୍କା ଠକି ନେଇଥିବା ଚୋକ୍ଷି ଓ ତାଙ୍କ ଭଣଜା ନିରବ ମୋଦୀ ୨୦୧୮ ଜାନୁଆରୀରୁ ଭାରତ ଛାଡି ବିଦେଶ ପଳାଇଥିଲେ। ଏହି ବ୍ୟାଙ୍କ ଠକେଇ ଅଭିଯୋଗ ଉପରେ ସିବିଆଇ, ପ୍ରବର୍ତ୍ତନ ନିର୍ଦେଶାଳୟ ଭଳି ଅନେକ ତଦନ୍ତକାରୀ ସଂସ୍ଥା ଚୋକ୍ଷିଙ୍କ ପ୍ରତ୍ୟର୍ପଣ ନିମନ୍ତେ ଆବେଦନ କରିଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories