www.samajalive.in
Saturday, December 6, 2025
26.1 C
Bhubaneswar

୩ରୁ ୧୭ ବର୍ଷ ଶିଶୁଙ୍କ ପାଇଁ ଟିକା ଆଣିଲା ଚୀନ

ବେଜିଂ: ଚୀନ ୩ ବର୍ଷରୁ ୧୭ ବର୍ଷ ଶିଶୁ ନିମନ୍ତେ କରୋନା ଟିକା ପ୍ରସ୍ତୁତ କରିଛି। ଏହି ବର୍ଗର ଶିଶୁଙ୍କ ନିମନ୍ତେ ଚୀନର ଔଷଧ କମ୍ପାନୀ ସିନୋଭାକ୍ ଟିକା ପ୍ରସ୍ତୁତ କରିଛି। ସିନୋଭାକ ଦ୍ବାରା ପ୍ରସ୍ତୁତ ଏହି କରୋନା ଟିକାକୁ ଜରୁରୀ ବ୍ୟବହାର ନିମନ୍ତେ ଚୀନ ସରକାର ଅନୁମୋଦନ କରିଛନ୍ତି। ସିନୋଭାକ ଏହି ବର୍ଗର ଶିଶୁଙ୍କୁ ନେଇ ଟିକାର ପ୍ରଥମ ଓ ଦ୍ବିତୀୟ ପରୀକ୍ଷା ଶେଷ କରିଥିବା ଏହାର ଅଧ୍ୟକ୍ଷ ଇନ୍‌ ୱିଡଙ୍ଗ କହିଛନ୍ତି। ପରୀକ୍ଷାର ତଥ୍ୟ ଅନୁଯାୟୀ ଟିକା ଶିଶୁଙ୍କ ନିମନ୍ତେ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି। ତେବେ ଏହି ବର୍ଗର ଶିଶୁଙ୍କୁ କେବେଠାରୁ ଟିକାକରଣ କରାଯିବ ତାହା ସ୍ପଷ୍ଟ କରାଯାଇ ନାହିଁ।

ଚୀନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସକୁ ଇନ୍‌ କହିଛନ୍ତି ଯେ ଏହି ଟିକା ଶିଶୁଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଛି। ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ଅତି ସାମାନ୍ୟ ଥିବା କଥା ଜଣାପଡ଼ିଛି ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’ ରିପୋର୍ଟରେ ପ୍ରକାଶ କରାଯାଇଛି। ଦୁଇଟି ନିୟମିତ ପାନ ନେଇ ସାରିବା ପରେ ପରୀକ୍ଷାରେ ସାମିଲ ହୋଇଥିବା ସ୍ବେଚ୍ଛାସେବୀ ଶିଶୁଙ୍କୁ ‘ତୃତୀୟ ବୁଷ୍ଟର୍‌ ଡୋଜ୍‌’ ଦିଆଯାଇଥିଲା। ଏହା ସପ୍ତାହକ ମଧ୍ୟରେ ୧୦ଗୁଣ ଏବଂ ଦୁଇ ସପ୍ତାହରେ ୨୦ଗୁଣ ଆଣ୍ଟିବଡି ବୃଦ୍ଧି କରିଥିବା ଜଣାପଡ଼ିଛି ବୋଲି ଇନ୍‌ କହିଛନ୍ତି। ସିନୋଭାକ୍ସ ଦ୍ବାରା ପ୍ରସ୍ତୁତ କରୋନା ଟିକା ସିନୋଭାକ୍ସକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’) ଜୁନ୍‌ ୧ରେ ଅନୁମୋଦନ କରିଥିଲା।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories