ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଗବେଷକମାନେ କେତେକ ନୂଆ ପ୍ରଜାତିର କରୋନା ଭୂତାଣୁକୁ ଚିହ୍ନଟ କରିଛନ୍ତି। ଏଚଆଇଭି ଆକ୍ରାନ୍ତ ଜଣେ ମହିଳାଙ୍କ ଶରୀରରେ ବାରମ୍ବାର ଗୁଣସୂତ୍ର ପରିବର୍ତ୍ତନ କରୁଥିବା ନୂଆ ପ୍ରଜାତିର କରୋନା ଭୂତାଣୁକୁ ଚିହ୍ନଟ କରାଯାଇଛି। ୩୬ବର୍ଷୀୟ ଜଣେ ଏଚଆଇଭି ଆକ୍ରାନ୍ତ ମହିଳା କରୋନା ସଂକ୍ରମିତ ହୋଇଥିଲେ। ମହିଳା ଜଣଙ୍କ ୨୧୬ ଦିନ କୋଭିଡ୍-୧୯ ସଂକ୍ରମିତ ହୋଇ ରହିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଶରୀରରେ କରୋନା ଭୂତାଣୁ ୩୨ ଥର ତା’ର ଗୁଣସୂତ୍ର-କ୍ରମ ପରିବର୍ତ୍ତନ କରିଥିଲା।
ଦକ୍ଷିଣ ଆଫ୍ରିକା ଗବେଷକଙ୍କ ଏହି ରିପୋର୍ଟ ଗୁରୁବାର ଡାକ୍ତରୀ ପତ୍ରିକା ‘ମେଡ୍ରିକ୍ସିଭ୍’ରେ ପ୍ରକାଶ ପାଇଥିଲା। ରିପୋର୍ଟ ଅନୁସାରେ, ମହିଳା ଜଣକ ‘ଏଚ୍ଆଇଭି’ ସଂକ୍ରମିତ ବୋଲି ୨୦୦୬ରେ ଜଣାପଡ଼ିଥିଲା ଏବଂ ସେବେଠାରୁ ତାଙ୍କ ଶରୀରର ରୋଗ ପ୍ରତିରୋଧକ ବ୍ୟବସ୍ଥା ସଦାସର୍ବଦା ଦୁର୍ବଳ ହୋଇ ଆସୁଥିଲା। ୨୦୨୦ ସେପ୍ଟେମ୍ବରରେ ସେ କୋଭିଡ୍-୧୯ ସଂକ୍ରମିତ ହେବା ପରେ, ତାଙ୍କ ଶରୀରରେ କରୋନା ‘ସ୍ପାଇକ୍ ପ୍ରୋଟିନ୍ ୧୩ ଥର ପରିବର୍ତ୍ତିତ ହେବା ସହ ଭୂତାଣୁର ଗୁଣସୂତ୍ରରେ ଅନ୍ୟାନ୍ୟ ୧୯ଟି ପରିବର୍ତ୍ତନ ଘଟିଥିଲା। ଫଳରେ ତାଙ୍କ ଶରୀରରେ ଥିବା କରୋନା ଭୂତାଣର ସ୍ବଭାବ ବଦଳି ଯାଇଥିଲା। ଉକ୍ତ ମହିଳାଙ୍କ ଶରୀରରେ ଦେଖାଯାଇଥିବା କରୋନା ଭୂତାଣୁ ଇଂଲଣ୍ଡର ‘ଆଲ୍ଫା ପ୍ରଜାତି ବି.୧.୧.୭’ର ଅଂଶବିଶେଷ ‘ଇ୪୮୪କେ ପ୍ରଜାତି’, ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ‘ବିଟା ପ୍ରଜାତି ବି.୧.୩୫୧’ର ଅଂଶବିଶେଷ ‘ଏନ୍୫୧୦ୱାଇ’।



