nua o banner

ଭାରତ-ପାକିସ୍ତାନ ମଧ୍ୟରେ ଅଧିକ ଆଲୋଚନା ପାଇଁ ମେହବୁବାଙ୍କ ପ୍ରସ୍ତାବ

BSKY banner  750×100
0

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଅଧିକ ଉଚ୍ଚସ୍ତରୀୟ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ବିଶେଷକରି ସୀମାନ୍ତରେ ଚ୍ଛାୟା ଯୁଦ୍ଧ ବନ୍ଦ କରିବା ପାଇଁ ସ୍ୱଳ୍ପ ସମୟ ବ୍ୟବଧାନରେ ଏପରି ଆଲୋଚନା ଫଳପ୍ରଦ ହେବ ବୋଲି ସେ କହିଛନ୍ତି। ଏହି ଆଲୋଚନା ସମୟରେ ମୁଫତି ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ଏହାଛଡ଼ା ନିୟନ୍ତ୍ରଣ ରେଖା ନିକଟରେ ଥିବା ପ୍ରାଚୀନ ଅଧ୍ୟୟନ କେନ୍ଦ୍ର ସାରଦ ପୀଠକୁ ନାଳନ୍ଦା ଓ ତକ୍ଷଶୀଳା ଭଳି ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଏବଂ ସାଧାରଣ ଜନତାଙ୍କ ଆସ୍ଥାଭାଜନ ହେବା ପାଇଁ ଦୁଇ ଦେଶ ମଧ୍ୟରେ ଅଧିକ ଯୋଗାଯୋଗ ପଥ ଖୋଲିବାକୁ ଦାବି କରିଛନ୍ତି। ଏହି ଅବସରରେ ସେ ରାଜ୍ୟରେ ଚାଲିଥିବା ଉନ୍ନୟନ ପ୍ରକଳ୍ପ ଓ ମେଣ୍ଟ ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

Leave A Reply