ଆଇଓସିଏଲ ଗ୍ୟାସ ପାଇପ ଲାଇନ ଜମି ଅଧିଗ୍ରହଣ ପାଇଁ ବୈଠକ
ଜଗତସିଂହପୁର : ଜଗତସିଂହପୁର ଜିଲା ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ପାରାଦ୍ୱୀପର ଆଇଓସିଏଲ ଓ ଏରସମା ତହସିଲ ପକ୍ଷରୁ ଗ୍ୟାସ୍ ପାଇପ ଲାଇନ ଜମି ଅଧି ଗ୍ରହଣ ପାଇଁ ସ୍ଥାନୀୟ ଜନ ସାଧାରଣଙ୍କୁ ନେଇ ଗୁରୁବାର ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଘଟଣାରୁ ପ୍ରକାଶ, ଏରସମା ତହସିଲ ଅନ୍ତର୍ଗତ ବାଲିତୁଠ ପଞ୍ଚାୟତର ଆଲିଗଡ଼, ବଡ଼ବୁଦା, ବାଲିତୁଠ, ବିଜିପୁର, ଭିତର ଶ୍ରୀଚନ୍ଦନପୁର ପ୍ରଭୃତି ଗ୍ରାମ ଦେଇ ପାରାଦ୍ୱୀପର ଆଇଓସିଏଲ ଗ୍ୟାସ ପାଇପଲାଇନ ସ୍ଥାନ ନିର୍ଦ୍ଦାରଣ କରିଛି। ତେଣୁ ଉକ୍ତ ସ୍ଥାନ ଗୁଡ଼ିକରେ ସ୍ଥାନୀୟ ଜନ ସାଧାରଣଙ୍କର ବ୍ୟକ୍ତିଗତ ମାଲିକାନା ଥିବାରୁ ଏମାନେ ପାଇପ ଲାଇନ ଖୋଳାକୁ ବିରୋଧ କରିଥିଲେ। ଉପରୋକ୍ତ ମଉଜାର ୭କି.ମି ଲମ୍ବ ଏବଂ ୬୦ଫୁଟ ଓସାର ଏହି ପାଇପ ଲାଇନ ଖୋଳାକୁ ସ୍ଥାନୀୟ ଜନ ସାଧାରଣ ବିରୋଧ କରିଥିଲେ। ଯାହାକୁ ନେଇ ପ୍ରଶାସନିକ ସ୍ତରରେ ଆଲୋଚନା କରା ଯାଇଥିଲେ ମଧ୍ୟ ଆଜି ଉପରୋକ୍ତ ଗ୍ରାମର ଜନ ସାଧାରଣ ଓ ପ୍ରଶାସନିକ ଅଧିକାରୀମାନେ ଏହି ବୈଠକରେ ଜମି ଅଧିଗ୍ରହଣ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ଆଲୋଚନା ବୈଠକରେ ଜଗତସିଂହପୁର ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ସାହୁ, ବ୍ଲକ ଚେୟାରମ୍ୟାନ ପ୍ରଣବ କୁମାର ସ୍ୱାଇଁ, ଏରସମା ତହସିଲଦାର ଅଞ୍ଜଳି ତରାଇ, ସିଏ, ପିଏଚ ପିଏଲ୍ ଭୁବନେଶ୍ୱର ଦିଲ୍ଲୀପ କୁମାର ମହାନ୍ତି, ସିଏ, ପିଏସ ଏଚ୍ ପିଏଲ୍ ପାରାଦ୍ୱୀପ ସନାତନ ମଲିକ, ଆଇଓସିଏଲ ଚିଫ୍ କନଷ୍ଟ୍ରକ୍ସନ ମ୍ୟାନେଜର ଅବାଧ କିଶୋର, ରାଜେଶ ମିଶ୍ର, ପ୍ରୋଜେକ୍ଟ ଇଂ ଆଦିତ୍ୟ ପ୍ରସାଦ ମିଶ୍ର, ବାବାଜୀ ଚରଣ ସାହୁ ପ୍ରମୁଖ ଯୋଗଦେଇ ସ୍ଥାନୀୟ ଉପରୋକ୍ତ ୫ଟି ମଉଜାର ଜମି ଅଧିଗ୍ରହଣ ସମ୍ବନ୍ଧରେ ସବିଶେଷ ଆଲୋଚନା କରିଥିଲେ।
Comments are closed.