www.samajalive.in
Monday, December 15, 2025
16.1 C
Bhubaneswar

ଆଦିବାସୀଙ୍କ ସୁରକ୍ଷା ପାଇଁ ଲଢେଇ ଜାରି ରହିବ

ନବରଙ୍ଗପୁର : ସ୍ଥାନୀୟ ବିର୍ସ।ମୁଣ୍ଡା ନଗରସ୍ଥିତ ଭତରା ଭବନଠାରେ ଦକ୍ଷିଣ ଓଡିଶା ଆଦିବାସୀ ମହାସଂଘର ଦ୍ଵିତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ନବରଙ୍ଗପୁର ଜିଲା ସମେତ  କୋରାପୁଟ, ମାଲକାନଗିରି, ରାୟଗଡା ଜିଲା ତୃଣମୂଳ ସ୍ତରରେ ଆଦିବାସୀ ମହାସଙ୍ଘକୁ  ସୁଦୃଢ କରିବା, ଜିଲା ଭିତ୍ତିକ ନିଯୁକ୍ତିକୁ ଜନସଂଖ୍ୟା ଭିତିରେ ଗ୍ରୁପ ସି’ ଓ ଡି ‘ଅନୁସାରେ ନିଯୁକ୍ତି ଦେବାକୁ ଦାବି କରାଯାଇଛି ।

୧୯୯୬ ରେ ପେସା ଆଇନରେ  ହୋଇଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ନହେବା ଯୋଗୁଁ ଆଦିବାସୀମାନଙ୍କର ହକ ଅଧିକାରକୁ ବଞ୍ଚିତ କରାଯାଇଛି  ।  ବ୍ରହ୍ମପୁର  ଆରଡିସି ଅଫିସରେ ଅଭିଯୋଗ ହୋଇଥିବା ମିଥ୍ୟା ଜନଜାତି ପ୍ରମାଣ ପତ୍ର ଧାରୀଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି ।  ୧୯୫୬ ମସିହା ଠାରୁ ୨୦୦୨ ପର୍ଯ୍ୟନ୍ତ ଯେତିକି ଆଦିବାସୀ ଜମି କିଣା ବିକ୍ରି ହେ।ଇଛି ଏବଂ ୨୦୦୪ ମସିହାରେ ଫର୍ମ ୨ ବି’ ରେ ଯେଉଁମାନେ ଦାଖଲ କରି ନାହାନ୍ତି ସେହି ଜମିକୁ ମୂଳ ବିକ୍ରେତାକୁ ଫେରସ୍ତ ଦେବାର ବ୍ୟବସ୍ଥା ଥିଲେ ମଧ୍ୟ ପ୍ରଶାସନ ନିରବତାକୁ ଦୃଢ ବିରୋଧ କରାଯାଇଥିଲା ।

- Advertisement -

ନନ୍ଦ।ହାଣ୍ଡି ତହସିଲରେ ଆରଆଇ ଭାବେ କାର୍ଯ୍ୟରତ ସୁଚିତ୍ରା ମାଝି ପିତା- ଜୟନ୍ତ ବାଘଙ୍କୁ ଓଆରଏସ ପ୍ରୋମୋସନ ତାଲିକାରେ କ୍ରମିକ ସଂଖ୍ୟା ୪୫ ରେ ପୁରୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ସହକାରୀ ଜିଲାପାଳ ଭାବରେ ନିଯୁକ୍ତି ଦିଆଯାଇଛି  । ଯାହା ସମ୍ପୂର୍ଣ୍ଣ ବେଆଇନ ବୋଲି ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏହାର ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରାଯାଇଛି ।  ଆଦିବାସୀଙ୍କର ସୁରକ୍ଷା ପାଇଁ ଲଢେଇ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବୈଠକରେ ମହାସଂଘର ସଭପତି  ଅର୍ଜୁନ ଭତରା ଅଧ୍ୟକ୍ଷତା କରିଥିବାବେଳେ  ସମ୍ପ।ଦକ ଟିବୁ ସ।ରକ। ,ନବରଙ୍ଗପୁର ଜିଲା ସଭ।ପତି ଗୋପୀନାଥ ମାଝୀ, ସମ୍ପାଦକ ଲୋଛମନ ମାଝୀ,କୋରାପୁଟ ଜିଲା ସଭପତି  ଶିବ ମୁଦୁଲି,ସମ୍ପାଦକ ବନ୍ଧୁ ମୁଦୁଲି, ରାୟଗଡା ଉପସଭାପତି ବନମାଳୀ ମାଝୀ, ସଂଯୋଜିକ। ଲକ୍ଷ୍ମୀ ପାସକ।, ଦକ୍ଷିଣ  ଓଡିଶା ସଂଯୋଜକ ରାଜମନ ଭତରା, ଉପଦେଷ୍ଟା ଶଶୀଧର ମାଝୀ, ରାମ ଚନ୍ଦ୍ର ନିଶିକ।, ଚନ୍ଦ୍ର ପ୍ରଭାକର ପୂଜାରୀଓ  ମଣି ରାମ ଗଣ୍ଡ, ସମସ୍ତ ବ୍ଲକ ସଭପତି ଓ ସମ।ଜପତିମ।ନେ ଯୋଗ ଦେଇଥିଲେ ।

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories