www.samajalive.in
Saturday, December 6, 2025
15.1 C
Bhubaneswar

ଉଡ଼ାଜାହାଜରୁ ବୋମା ମାଡ଼; ଗାଡିରେ ଲାଗିଲା ନିଆଁ

ମେରଠ: କିଥୋରେ ଥାନା ଅନ୍ତର୍ଗତ ମାଛରା ଗ୍ରାମରେ ବୁଧବାର ସକାଳ ୧୦ଟା ବେଳେ ଏକ ଉଡ଼ାଜାହାଜରୁ ବୋମା ମାଡ଼ କରାଯିବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ଉଡ଼ାଜାହାଜରୁ ନିକ୍ଷେପ ହୋଇଥିବା ୨ଟି ବୋମା ଦୁଇଟି ଘର ଉପରେ ପଡ଼ି ବିସ୍ଫୋରଣ ହୋଇଥିଲା। ଏହାପରେ ଘର ଦୁଇଟିର ଛପରରେ ନିଆଁ ଲାଗି ଯାଇଥିଲା। ଖବର ପାଇ ଫରେନସିକ ଟିମ୍‍ ଘଟଣାସ୍ଥଳରେ ପହଞ୍ଚି ବୋମାର ନମୁନା ସଂଗ୍ରହ କରି ତଦନ୍ତ ପାଇଁ ଫରେନସିକ ଲ୍ୟାବକୁ ପଠାଇଛନ୍ତି। ନିକଟରେ ଥିବା ହିନଡନ ଏୟାରବେସରୁ ଏହି ଯୁଦ୍ଧ ବିମାନ ଆକାଶକୁ ଉଡ଼ିଥିବା ସନ୍ଦେହ କରାଯାଉଛି।
ଘଟଣା ସମୟରେ ମାଛରା ଗ୍ରାମର ଦୁଇ ଗ୍ରମବାସୀ ବିଲରେ କାର୍ଯ୍ୟରତ ଥିଲେ। ସେମାନେ ଏହି ଯୁଦ୍ଧ ବିମାନରୁ ବୋମା ନିକ୍ଷେପ କରାଯିବାର ଦୃଶ୍ୟ ଦେଖିଥିବା ପୁଲିସ ଆଗରେ କହିଛନ୍ତି। ଗୋଟିଏ ବୋମା ବିଲରେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ଗାଡ଼ି ନିକଟରେ ପଡ଼ିବା ସହ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଫଳରେ ଗାଡ଼ି ବନେଟଟି କ୍ଷତିଗ୍ରସ୍ତ ହୋଇଥିଲା। ବୋମାଗୁଡ଼ିକ କ୍ରମାଗତଭାବେ ବିମାନରୁ ନିକ୍ଷେପ କରାଯାଉ ଥିବାବେଳେ କିଛି ବୋମା ଆକାଶରେ ବିସ୍ଫୋରଣ ହେଉଥିବା ଦୃଶ୍ୟମାନ ହୋଇଥିଲା। ବୋମା ଉପରେ “ବର୍ନିଂ ଏକ୍ସପ୍ଲୋସିଭ’ ଲେଖା ଯାଇଥିବା ଦେଖିବାକୁ ମିଳିଛି।
ଏହି ବୋମାଗୁଡ଼ିକ ଅଧିକ ଶକ୍ତିଶାଳୀ ହୋଇ ନଥିବାରୁ ଏହା ଯୁଦ୍ଧ ବିମାନ ତାଲିମ ପ୍ରଦାନ ନିମନ୍ତେ ବ୍ୟବହୃତ କରାଯାଇଥାଏ। ମାଛରା ଗ୍ରାମରେ କିଛି ଦିନ ଧରି ଆକାଶରେ ଯୁଦ୍ଧ ବିମାନ ଉଡୁଥିବା ଦୃଶ୍ୟମାନ ହେଉଥିବାବେଳେ ବୁଧବାର ଗ୍ରାମ ଉପରେ ବୋମାମାଡ଼ ହୋଇଥିଲା। ବାୟୁସେନାର ପାଇଲଟଙ୍କ ଦ୍ୱାରା ସମରାଭ୍ୟାସ ଚାଲିଥିବାବେଳେ ଭୁଲବଶତଃ ଘର ଉପରେ ବୋମା ନିକ୍ଷେପ ହୋଇ ଯାଇଥିବା ଅନୁମାନ କରାଯାଉଛି। ତେବେ ଏ ସମ୍ପର୍କରେ ପୂର୍ବରୁ ସୂଚନା ନଦେଇ ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories