www.samajalive.in
Friday, December 5, 2025
23.1 C
Bhubaneswar

ଚନ୍ଦା ଛାଡ଼ିଲେ ଆଇସିଆଇସିଆଇ ସିଇଓ ପଦ

ନୂଆଦିଲ୍ଲୀ: ଆଇସିଆଇସିଆଇ ମୁଖ୍ୟ ଏକଜିକ୍ୟୁଟିଭ୍‍ ଅଧିକାରୀ ପଦରୁ ଚନ୍ଦା କୋଚର ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାପତ୍ରକୁ ବ୍ୟାଙ୍କର ବୋର୍ଡ ଅଫ୍‍ ଡାଇରେକ୍ଟର ତତ୍କାଳ ଗ୍ରହଣ କରିନେଇଥିବା ଜଣାପଡ଼ିଛି। ବ୍ୟାଙ୍କର ବୋର୍ଡ଼ ଅଫ ଦି ମ୍ୟାନେଜମେଣ୍ଟ ପକ୍ଷରୁ ସନ୍ଦୀପ ବକ୍ସିଙ୍କୁ ବ୍ୟାଙ୍କର ପରବର୍ତ୍ତୀ ପରିଚାଳନା ନିର୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ ମନୋନୀତ କରାଯାଇଛି। ସେ ଆସନ୍ତା ୫ବର୍ଷ ପର୍ଯ୍ୟନ୍ତ ସେହି ପଦବୀରେ ରହିବେ। ଚନ୍ଦାଙ୍କ ଯୋଗୁଁ ବ୍ୟାଙ୍କ ବିରୋଧରେ ଆସିଥିବା ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି ଅଭିଯୋଗ ଆସିଥିଲା। ତେଣୁ ଚନ୍ଦା ଆଗୁଆ ଅବସର ନେଇଥିବା ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି। ଚନ୍ଦାଙ୍କ ଅବସର ଘୋଷଣା ପରେ ତଦନ୍ତ ପ୍ରକ୍ରିୟା ସରଳ ଓ ସହଜ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବୋର୍ଡ ଅଫ୍‍ ଡାଇରେକ୍ଟର ମଣ୍ଡଳିରୁ ମଧ୍ୟ ଚନ୍ଦା ଖୁବ୍‍ଶୀଘ୍ର ଅବସର ନେବେ ବୋଲି ଜଣାପଡ଼ିଛି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories