www.samajalive.in
Saturday, December 13, 2025
18.1 C
Bhubaneswar

ଶୀଘ୍ର ଶେଷ ହେବ କର୍ତ୍ତାରପୁର କରିଡର

ନୂଆଦିଲ୍ଲୀ: କର୍ତ୍ତାରପୁର କରିଡର କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ। ତୀର୍ଥଯାତ୍ରୀମାନଙ୍କ ପାଇଁ ଲାଗୁ କରାଯିବାକୁ ଥିବା ଦେୟ କୋହଳ କରିବାକୁ ଭାରତ ପାକିସ୍ତାନକୁ କହିଛି। ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ ବିଭାଗ ମୁଖପାତ୍ର ରବିଶ କୁମାର କହିଛନ୍ତି, ଭାରତ ପଟରେ କରିଡରର ମୌଳିକ ଢ଼ାଞ୍ଚା ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବା ଆଶା କରାଯାଉଛି। ସେ କହିଛନ୍ତି, ୪ ଲାଇନ ବିଶିଷ୍ଟ ସେହି ରାଜପଥ ସଂପୂର୍ଣ୍ଣ ହୋଇଛି ଓ ଅତ୍ୟାଧୁନିକ ଯାତ୍ରୀ ଟର୍ମିନାଲ୍‍ ଚଳିତମାସ ଶେଷ ସୁଦ୍ଧା ସଂପୂର୍ଣ୍ଣ ହେବ।

ଭାରତ ପାକିସ୍ତାନ ସହ ହୋଇଥିବା ଏକ ରାଜିନାମାକୁ ତାହା ନିକଟକୁ ପଠାଇଥିଲା, କିନ୍ତୁ ଏପର୍ଯ୍ୟନ୍ତ ପାକିସ୍ତାନଠାରୁ କୌଣସି ଉତ୍ତର ମିଳିନାହିଁ। କର୍ତ୍ତାରପୁର କରିଡର ପାକିସ୍ତାନର କର୍ତ୍ତାରପୁରସ୍ଥିତ ଦରବାର ସାହିବକୁ ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ଡେରାବାବା ନାନକ ପୀଠକୁ ସଂଯୋଗ କରିବ। ଯେଉଁ ଭାରତୀୟ ତୀର୍ଥଯାତ୍ରୀମାନେ କର୍ତ୍ତାପୁର ସାହିବ ଦର୍ଶନ ପାଇଁ ଯିବେ, ସେମାନଙ୍କୁ ଭିସା ମୁକ୍ତ ଗମନାଗମନର ଏହା ସୁବିଧା ପ୍ରଦାନ କରିବ।

Hot this week

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

ତାମିଲନାଡୁ, ସଡକ ଦୁର୍ଘଟଣାରେ ଓଡିଆ ଯୁବକଙ୍କ ମୃତ୍ୟୁ ।

ଧାମରା : ତାମିଲନାଡୁ ରେ ଏକ ସଡକ ଦୁର୍ଘଟଣାରେ ଜଣେ ଓଡିଆ...

ଓଃ କି ଦୁର୍ଭାଗ୍ୟ ! ଗାଈ ଖୋଜି ଜଙ୍ଗଲ ଯାଇଥିଲେ, ଗୟଳ ଆକ୍ରମଣରେ ଚାଲିଗଲା ଜୀବନ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରି କୁଲଡିହା ଅଭୟାରଣ୍ୟ ଭିତରେ...

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ ସମ୍ପନ୍ନ

ଗୋପାଳପୁର -   ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ  ସେନାର...

Related Articles

Popular Categories