www.samajalive.in
Sunday, December 14, 2025
17.1 C
Bhubaneswar

ଏମ୍‌ବିବିଏସ୍‌ ସିଟ୍ ସଂଖ୍ୟା ୧୧୫୦କୁ ବୃଦ୍ଧି ; ଆର୍ଥିକ ଦୁର୍ବଳବର୍ଗଙ୍କ ପାଇଁ ୧୦% ସିଟ୍ ସଂରକ୍ଷିତ

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷରେ ଆର୍ଥିକ ସ୍ତରରେ ଦୁର୍ବଳ (ଇଡବ୍ଲୁଏସ୍‌) ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ। ଏହି ପରିପ୍ରେକ୍ଷୀରେ ରାଜ୍ୟର ତିନିଟି ମେଡିକାଲ କଲେଜରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଛି। ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ୧୦୦ଟି ସିଟ୍‌ ସଂଖ୍ୟା ୧୨୫କୁ ବୃଦ୍ଧି କରାଯାଇ ଥିବା ବେଳେ କୋରାପୁଟ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ସିଟ୍ ସଂଖ୍ୟା ୧୦୦ରୁ ୧୨୫ ଏବଂ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚରେ ସିଟ୍‌ ସଂଖ୍ୟା ୧୫୦ରୁ ୨୦୦କୁ ବୃଦ୍ଧି କରାଯାଇଛି।
ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ପୁଙ୍ଖାନୁପୁଙ୍ଖ ବିଚାର ପରେ ଆର୍ଥିକ ସ୍ତରରେ ଦୁର୍ବଳ ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଆଧାରରେ ଚଳିତ ଶିକ୍ଷା ବର୍ଷରେ ଉକ୍ତ ମେଡିକାଲ କଲେଜଗୁଡ଼ିକରେ ନାମ ଲେଖାଯିବ। ତେବେ ଇଡବ୍ଲୁଏସ୍‌ ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷିତ ସିଟ୍‌ରେ ନାମ ଲେଖା ସମୟରେ ଅନ୍ୟ ବର୍ଗର ସଂରକ୍ଷିତ ସିଟ୍ ସଂଖ୍ୟା ଯେପରି ହ୍ରାସ ନପାଏ, ସେଥିପ୍ରତି ଦୃଷ୍ଟି ଦେବାକୁ ସମ୍ପୃକ୍ତ ମେଡିକାଲ କଲେଜର କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ କଟକ ଏସ୍‌ସିବି ମେଡିକାଲ କଲେଜ, ବହ୍ମପୁର ସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ, ଗତବର୍ଷ ଉଦ୍‌ଘାଟିତ ହୋଇଥିବା ବଲାଙ୍ଗୀର ସ୍ଥିତ ସନ୍ଥ ଭୀମଭୋଇ ମେଡିକାଲ କଲେଜ ଏବଂ ବଲେଶ୍ବର ସ୍ଥିତ ଫକିର ମୋହନ ମେଡିକାଲ କଲେଜରେ ଇଡବ୍ଲୁଏସ୍‌ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବ ନାହିଁ। ୨୦୧୯-୨୦ ଶିକ୍ଷା ବର୍ଷରେ ମେଡିକାଲ ଶିକ୍ଷାନୁଷ୍ଠାନରେ ଇଡବ୍ଲୁଏସ୍‌ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୦ ପ୍ରତିଶତ ସିଟ୍ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ନିର୍ଦେଶ ଦେଇଥିଲେ। ସାଧାରଣ ବର୍ଗର ଆର୍ଥିକ ସ୍ତରରେ ଦୁର୍ବଳ ପିଲାମାନେ ଏହି ସଂରକ୍ଷିତ ସିଟ୍‌ରେ ନାମ ଲେଖାଇବାର ସୁଯୋଗ ପାଇବେ। ରାଜ୍ୟରେ ଥିବା ମେଡିକାଲ କଲେଜରେ ନାମଲେଖା ପାଇଁ ଚଳିତ ମାସ ୨୦ ତାରିଖରୁ କାଉନସେଲିଂ ଆରମ୍ଭ ହୋଇଥିବା ବେଳେ ଆଜି ଶେଷ ଦିନ ଥିଲା। ତେବେ ଏହାକୁ ଆଉ ଦୁଇଦିନ ବୃଦ୍ଧି କରାଯିବାର ସମ୍ଭାବନା ରହିଛି।
ଜୁଲାଇ ପ୍ରଥମ ସପ୍ତାହରୁ ମେଡିକାଲ କଲେଜରେ ନାମ ଲେଖା ଆରମ୍ଭ କରାଯିବ। ରାଜ୍ୟରେ ସମୁଦାୟ ୩୨୧ଟି ଏମ୍‌ବିବିଏସ୍‌ ସିଟ୍ ଥିଲା। ତେବେ କୋରାପୁଟ, ବାରିପଦା, ବଲାଙ୍ଗୀର ଓ ବାଲେଶ୍ବର ମେଡିକାଲ କଲେଜ ଉଦ୍‌ଘାଟନ ପରେ ସିଟ୍ ସଂଖ୍ୟା ୧୦୫୦ ଥିଲା। ତେବେ ଗତ ୨୧ ତାରିଖରେ ମେଡିକାଲ କାଉନସିଲ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)ର ଅନୁମୋଦନ ପରେ ବାରିପଦା, କୋରାପୁଟ ଓ ବୁର୍ଲା ମେଡିକାଲ କଲେଜରେ ସିଟ୍ ବୃଦ୍ଧି କରାଯାଇ ଥିବାରୁ ସମୁଦାୟ ଏମ୍‌ବିବିଏସ୍‌ ସିଟ୍ ସଂଖ୍ୟା ଏବେ ୧୧୫୦ରେ ପହଞ୍ଚିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories