www.samajalive.in
Sunday, December 7, 2025
14.1 C
Bhubaneswar

ମିଥ୍ୟା ହତ୍ୟାକାଣ୍ଡରେ ଗିରଫ ବାପା-ପୁଅଙ୍କ ଘଟଣା, ଥାନା ଓଆଇସିଙ୍କ ବଦଳି

ମୟୂରଭଞ୍ଜ : ମିଥ୍ୟା ହତ୍ୟା ମାମଲାରେ ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପୁରୁଣାବାହାଲ ଗାଁର ବାପା ଓ ପୁଅଙ୍କୁ ଗିରଫ କରିବା ଘଟଣାରେ ଥାନା ଓଆଇସିଙ୍କୁ ବଦଳି କରାଯାଇଛି। ସୂଚନା ଅନୁଯାୟୀ, ଦୀର୍ଘ ଅଢେଇ ମାସ ହେବ ପୁରୁଣାବାହାଲ ଗାଁର ସଞ୍ଜୟ ନାୟକଙ୍କର ସ୍ତ୍ରୀ ନିଖୋଜ ହୋଇଯାଇଥିଲେ। କିଛି ଦିନରେ ପୁଲିସ ଏକ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲା। ମୃତଦେହର ସଠିକ ଯାଞ୍ଚ ନହୋଇ ପୁଲିସ ମୃତଦେହଟିକୁ ସଞ୍ଜୟଙ୍କର ସ୍ତ୍ରୀ ବୋଲି ଜଣାଇ ଓ ତାଙ୍କ ସ୍ତ୍ରୀଙ୍କ ବାପାଙ୍କ ଅଭିଯୋଗରେ  ସଞ୍ଜୟ ଓ ତାଙ୍କ ବାପାକୁ ପୁଲିସ ଗିରଫ କରିଥିଲା।  ଯାହା ଫଳରେ ସେମାନେ ଜେଲ ଦଣ୍ଡ ଭୋଗୁ ଥିଲେ। ମାତ୍ର ଜୁଲାଇ ୧୮ରେ ସଞ୍ଜୟଙ୍କ ସ୍ତ୍ରୀ ଘରକୁ ଫେରିବା ପରେ ସେ ଗତ ଶନିବାର ବାରିପଦା ଏସ୍‍ଡ଼ିଜେଏମ୍‍ କୋର୍ଟରେ ହାଜର ହେବା ପରେ ସଞ୍ଜୟ ଓ ତାଙ୍କ ବାପାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories