ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଳକ ଶାଳଚୁଆ ଗ୍ରାମପଞ୍ଚାୟତ କରଡାପାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଜଣେ ଶିକ୍ଷୟତ୍ରୀଙ୍କୁ ବିରୋଦ୍ଧ କରି ଗ୍ରାମବାସୀ ସ୍କୁଲରେ ତାଲା ପକାଇବାସହ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ସ୍କୁଲ ତାଲା ନ ଖୋଲିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି। କରଡାପାଳ ସ୍କୁଲକୁ ବିଶ୍ୱକଳ୍ପନା ଜେନା ନାମକ ଜଣେ ଶିକ୍ଷୟତ୍ରୀ ସେହି ପଞ୍ଚାୟତର ବାଉଁଶପାଣି ସ୍କୁଲରୁ ବଦଳି ହୋଇ ଆସିଥିଲେ।
ସୂଚନା ଅନୁଯାୟୀ, ସେହି ଗ୍ରାମ ପଞ୍ଚାୟତ ବାଉଁଶପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତ ୨୫ ତାରିଖରେ ଶିକ୍ଷୟତ୍ରୀ ବିଶ୍ୱକଳ୍ପନା ବଦଳି ହୋଇ କରଡାପାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍କୁଲକୁ ଆସିଥିଲେ। ସେ ଯୋଉଁ ସ୍କୁଲରେ ଥିଲେ ସେଠାରେ ତାଙ୍କ ବିରୁଦ୍ଧରେ ସଙ୍ଗୀନ ଅଭିଯୋଗ ପୂର୍ବରୁ ଆସିଥିବା ବେଳେ ସେଠାରେ ଛାତ୍ରଛାତ୍ରୀ ମାନଙ୍କୁ ଠିକ ସେ ମଧ୍ୟାନ ଭଜନ ମଧ୍ୟ ଦେଉ ନ ଥିଲେ। ଏପରି କି ଅଭିଭାବକ ମାନେ ଅଭିଯୋଗ କଲେ ସତ ମିଛ କେସ କରିବାର ଧମକ ଦେଇଆସୁଥିଲେ। ଏହାକୁ ନେଇ ପୂର୍ବରୁ ମଧ୍ୟ ସେଠାରେ ଏକ ମାସ ଧରି ସ୍କୁଲ ବନ୍ଦ କରିଥିଲେ ଗ୍ରାମବାସୀ। ଫଳରେ ତାଙ୍କର ଏଠାକୁ ବଦଳି କରାଯାଇଥିଲା।
କରଡାପାଳ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ୨୫ ତାରିଖ ଦିନ ଶିକ୍ଷୟତ୍ରୀ ଯୋଗ ଦେଉଥିବା ଜାଣିବା ପରେ ଗ୍ରାମବାସୀ ତାଙ୍କୁ ବିରୋଧ କରିବା ସହିତ ସ୍କୁଲରେ ତାଲା ପକାଇ ଦେଇଥିଲେ। ସେ ଶିକ୍ଷୟତ୍ରୀ ଜଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ନ ହେବା ପର୍ଯ୍ୟନ୍ତ ସ୍କୁଲ ତାଲା ନ ଖଲିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ସେହିପରି ଗତମାସ ୨୬ ତାରିଖରୁ ବ୍ଳକ ପ୍ରଶାସନ, ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ବି କେହି ଅଭିଯୋଗ ଗ୍ରହଣ କରି ନ ଥିଲେ। ତେବେ ସ୍କୁଲକୁ ତାଲା ପକାଇଦେଇଥିବା ବେଳେ ଶିକ୍ଷକ ମାନେ ଗଛ ମୂଳେ ପାଠ ପଢ଼ାଇବା ଦୃଶ୍ୟ ଦେଖିବାକୁ ମିଳିଛି। ଏ ବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମନୋଜ କୁମାର ବାରିକଙ୍କୁ ପଚାରିବାରୁ ସେ କହିଥିଲେ ଯେ ଏ ବିଷୟରେ ତାଙ୍କ ପଖକୁ କୌଣସି ଖବର ଆସିନାହିଁ। ତେବେ ଦେଖିବା ପାଇଁ ବାକି ରହିଲା କେବେ ଏଇ ଛାତ୍ରଛାତ୍ରୀଙ୍କ ଦୁଃଖ ବ୍ଳକ ପ୍ରଶାସନ ପାଖରେ ପଡୁଛି ।



