www.samajalive.in
Monday, December 15, 2025
26.1 C
Bhubaneswar

ପ୍ରତିଭା ସମ୍ବର୍ଦ୍ଧନା ସଭା “ପ୍ରେରଣା”: ଜିଲ୍ଲା ସ୍ତରୀୟ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ସମାଜ ଡିଜିଟାଲ ଡେସ୍କ: ଓଡିଶା ଡ଼ମ ସମାଜ ପଶ୍ଚିମ ମୟୂରଭଞ୍ଜ(ପ୍ରେରଣା) କମିଟି ପକ୍ଷରୁ ଚଳିତ ବର୍ଷ ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମଳେନ୍ଦ୍ର କାଳନ୍ଦୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ “ସମାଜ”ର ମୁଦ୍ରକାର ଓ ପ୍ରକାଶକ ଡ଼ ପ୍ରଭାସ ଚନ୍ଦ୍ର ଆଚାର‌୍ୟ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ସେ କହିଛନ୍ତି ଯେ ଗ୍ରାମାଞ୍ଚଳରେ ବହୁ ଅଭାବ ଅସୁବିଧା ଭିତରେ ଗତି କରି ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ସରକାରଙ୍କର ଅନେକ ଦାୟିତ୍ୱ ରହିଛି। ସବୁ ଯୋଜନାର ସୁଫଳ ସେମାନଙ୍କ ପାଖରେ ପହଁଚି ପାରିଲେ ହିଁ ତାଙ୍କର ସାମାଜିକ ଓ ଅର୍ଥନୈତିକ ବିକାଶ ସମ୍ଭବ। ପ୍ରତିଭା ସମ୍ବର୍ଦ୍ଧନା କାର‌୍ୟ୍ୟକ୍ରମ ଦ୍ୱାରା ଗରିବ ମେଧାବୀ ଛାତ୍ରଛାତ୍ରମାନେ ପ୍ରେରଣା ଲାଭ କରି ଅସାଧ୍ୟ ସାଧନ କରିପାରିବେ ବୋଲି ଆଶା ବକ୍ତ୍ୟ କରିଥିଲେ। ମେଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ୩୭ଜଣ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଟ୍ରଫି ଓ ଶିକ୍ଷଣ ସାମଗ୍ରୀ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା

ସମ୍ମାନୀୟ ଅତିଥି ଭାବେ ଗୀତା କୁଅଁର, ମାନସୀ ବାଗ, ଅବସରପ୍ରାପ୍ତ ସିଡିପିଓ ନମିତା ଦାସ, ମୁଖ୍ୟବକ୍ତା ପ୍ରତାପ ଚନ୍ଦ୍ର ତେଲେଙ୍ଗା ପ୍ରମୁଖ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀ ମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମିଟି ସମ୍ପାଦକ ଗୁଲେଶ ଗଛାୟତ, କୋଷାଧ୍ୟକ୍ଷ ଦେବକିଶୋର କାଳନ୍ଦୀ, ଆଇନଜୀବୀ ଅମିତ କୁମାର ବୈଠା, ସମାଜସେବୀ ଅମର ସିଂ ଗଛାୟତ, ଗୌତମ ବୈଠା, ଜଗନ୍ନାଥ ବୈଠା, ନରେନ୍ଦ୍ର ବୈଠା, ସୁନୀଲ କୁମାର କାଳନ୍ଦୀ, ନିରୋଜ କାଳନ୍ଦୀ, ସରୋଜ କୁମାର କାଳନ୍ଦୀ ପ୍ରମୁଖ ସଭା କାର‌୍ୟ୍ୟରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଶିକ୍ଷା ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ବିଶେଷ ଗୁରୁତ୍ୱ ଦେଇ ଉପସ୍ଥିତ ସମସ୍ତ ଅତିଥି ସଦସ୍ୟ ସଦସ୍ୟା ଉଦବୋଧନ ଦେଇଥିଲେ।

Hot this week

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

Related Articles

Popular Categories