ମୟୁରଭଞ୍ଜ : ଗୁରୁବାର ସକାଳେ ମୟୁରଭଞ୍ଜ ମହୁଲଡିହା ଥାନା ଘୁଳଘୁଳିଆ ନିକଟରେ ଏକ ସଡକ ଦୁର୍ଘଟଣା ଘଟିଥିବା ନେଇ ଖବର ମିଳଛି । ଭାରସାମ୍ୟ ହରାଇ ଗଛରେ ଏକ ଯାତ୍ରୀବାହୀ ବସ୍ ପିଟି ହୋଇ ଓଲଟି ପଡିଛି । ଏଥିରେ ୮ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ବସ୍ଟି ଭୁବନେଶ୍ୱରରୁ ଝାଡଖଣ୍ଡ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ବସ୍ ରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ । ସୌଭାଗ୍ୟବଶତଃ ସଭିଏଁ ଏକ ବଡ ଅଘଟଣରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି ।
Popular Categories



