www.samajalive.in
Saturday, December 6, 2025
23.1 C
Bhubaneswar

ପାଦ ଆଙ୍ଗୁଠିରୁ ଜାଣନ୍ତୁ, ଆପଣ କେତେ ଭାଗ୍ୟଶାଳୀ

ଶରୀରର ଆକାର ସଭିଁଙ୍କର ଆଚାର ବ୍ୟବହାର ନିର୍ଣ୍ଣୟ କରିଥାଏ । ଶାସ୍ତ୍ର ଅନୁଯାୟୀ ପାଦରେ ଥିବା ୫ପ୍ରକାରର ଆଙ୍ଗୁଠି ମନୁଷ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ ।
ପାଦର ମଝି ଆଙ୍ଗୁଠି ସବୁ ଆଙ୍ଗୁଠି ଠାରୁ ବଡ଼ ହୋଇ, ଶେଷ ୨ଟି ସାନ ହୋଇଥିଲେ, ଏହି ପ୍ରକାରର ବ୍ୟକ୍ତିଙ୍କ ଆଚାର ବ୍ୟବହାର ସାଧାରଣ ହୋଇଥାଏ । ଏମାନଙ୍କ ଜୀବନରେ ସଫଳତା ମିଳେ, ମାତ୍ର ଏହି ସଫଳତା ପାଇବାକୁ ବିଳମ୍ବ ହୋଇଥାଏ । ସର୍ବଦା ଏମାନଙ୍କ ମନରେ କାର୍ଯ୍ୟ କରିବାର ଇଚ୍ଛା ଶକ୍ତି ଥାଏ ।
ପାଦର ୪ଟି ଆଙ୍ଗୁଠି ସମାନ ଥାଇ ବୁଢା ଆଙ୍ଗୁଠି ବଡ଼ ଥିଲେ, ଏହି ପ୍ରକାରର ବ୍ୟକ୍ତି ସ୍ୱଭାବରେ ଶାନ୍ତିପ୍ର୍ରିୟ ଅଟନ୍ତି । ଯେଉଁ କାର୍ଯ୍ୟକୁ ଏମାନେ ହାତକୁ ନିଅନ୍ତି, ତାହାକୁ ଶେଷ କରିଥାଆନ୍ତି । ଏମାନେ ନିଜର ଦାୟିତ୍ୱକୁ ଭଲ ଭାବେ ବୁଝି ଥାଆନ୍ତି । ଏମାନେ ଦେଖିବାକୁ ଖୁବ ସୁନ୍ଦର ହୋଇଥାଆନ୍ତି ।
ପାଦର ମଝି ଆଙ୍ଗୁଠି ବଡ଼ ଥାଇ ଶେଷ ୨ଟି ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ସାମାନ୍ୟ ସାନ ଥିଲେ, ଏହି ପ୍ରକାରର ବ୍ୟକ୍ତି ଖୁବ ଚତୁର ଅଟନ୍ତି । ଏମାନେ ଖୁବ ମଧୁର କଥା କହିଥାଆନ୍ତି । ଏମାନଙ୍କୁ ଭାଗ୍ୟଶାଳୀ କୁହାଯାଇଥାଏ ।
ଯେଉଁ ମାନଙ୍କର ବୁଢା ଆଙ୍ଗୁଠି ଠାରୁ ଅନ୍ୟ ସମସ୍ତ ଆଙ୍ଗୁଠି ସାମାନ୍ୟ ସାନ ହୋଇରହିଥାଏ , ଏମାନଙ୍କ ବ୍ୟବହାର ଖୁବ ଉତ୍ତମ ହେବା ସହ ଏମାନଙ୍କୁ ସର୍ବଦା ଖୁସି ମିଳିଥାଏ । ଏମାନେ ଧାର୍ମିକ ମଧ୍ୟ ଅଟନ୍ତି ।
ଯେଉଁ ମାନଙ୍କର ବୁଢା ଆଙ୍ଗୁଠି ବଡ଼ ହୋଇ ମଝି ଆଙ୍ଗୁଠି ୨ଟି ସମାନ ଥାଏ , ଏମାନେ ଖୁବ ପରିଶ୍ରମୀ ଅଟନ୍ତି । ଏମାନଙ୍କୁ ଖୁବ ଜଲଦି ସଫଳତା ମିଳେ । ସମାଜରେ ମାନସମ୍ମାନ ପ୍ରାପ୍ତ ହୋଇଥାଏ । ଏମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି ।

 

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories