www.samajalive.in
Saturday, December 6, 2025
26.1 C
Bhubaneswar

ଲାଲା ଲଜପତ୍ ରାୟ

ପଞ୍ଜାବ କେଶରୀ ଲାଲା ଲଜପତ୍ ରାୟ ପଞ୍ଜାବର ମୋଗା ଜିଲାରେ ୧୮୬୫ ଜାନୁଆରୀ ୨୮ରେ ଜନ୍ମଗ୍ରହଣ କରିଥିଲେ। ଏକାଧାରରେ ସେ ଥିଲେ ରାଜନେତା, ଶିକ୍ଷାବିତ୍, ସମ୍ପାଦକ, ଲେଖକ ଓ ସମାଜ ସଂସ୍କାରକ।
ଭାରତ ସ୍ବାଧୀନତା ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଲାଲା ଲଜପତ୍‌ଙ୍କ ଅନ୍ୟ ଦୁଇ ସାଥୀ ଥିଲେ ବାଲ ଗଙ୍ଗାଧର ତିଲକ ଓ ବିପିନ ଚନ୍ଦ୍ର ପାଲ। ‘ଲାଲ-ବାଲ-ପାଲ’ ନାମରେ ଏ ତିନିଜଣଙ୍କର ଲୋକପ୍ରିୟତା ରହିଛି। ଲୋକ ସେବକ ମଣ୍ଡଳ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଲକ୍ଷ୍ମୀ ବୀମା କମ୍ପାନୀର ପ୍ରତିଷ୍ଠାତା ଲାଲା ଲଜପତ୍ ରାୟ ଶ୍ରୀକୃଷ୍ଣ, ଶିବାଜୀ ଓ ଅନ୍ୟମହାପୁରୁଷଙ୍କ ଜୀବନୀ ହିନ୍ଦୀ ଭାଷାରେ ରଚନା କରିଛନ୍ତି। ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ନିମନ୍ତେ ଲାଲାଜୀ ବିଭିନ୍ନ ପଦକ୍ଷେପ ନେଇଥିଲେ। ଲାଲା ଲଜପତ୍ ରାୟ ୧୯୨୮ ନଭେମ୍ବର ୧୭ରେ ପ୍ରାଣ ହରାଇଥିଲେ।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories