ଶେଷ ହେଲା ମଥୁରା ଦୋଳ ଉତ୍ସବ
ଭବାନୀପାଟଣା: ମଥୁରା ର ପ୍ରସିଦ୍ଧ ଦୋଳ ଉତ୍ସବ ଶେଷ ହେଇଛି। ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ନାଟକ ” ଆଖି ଅବୁଝାକୁ ଲୁହ ଅବୁଝା” ମଞ୍ଚସ୍ଥ ହୋଇଥିଲା। ଶେଷ ସନ୍ଧ୍ୟାରେ ପୌରାଣିକ ନାଟକ “ଜାନୁଭଗ୍ନ” ସ୍ଥାନୀୟ କଳାକାର ଙ୍କ ଦ୍ଵାରା ମଞ୍ଚସ୍ଥ ହେଇଥିଲା। ଏଥିସହିତ ଦେଶିଆ ନାଟକ ମଧ୍ୟ ମଞ୍ଚସ୍ଥ ହେଇଥିଲା। ଶିଶୁ କଳାକାର ଙ୍କ ନୃତ୍ୟ ତଥା ରାଧାକୃଷ୍ଣ ହାଇସ୍କୁଲ ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ପରିବେଷିତ ନାଟକ ଦର୍ଶକଙ୍କ ଦ୍ଵାରା ବେଶ ପ୍ରଶଂସିତ ହେଇଥିଲା। ପାରମ୍ପରିକ ଭାବେ ଖୋଲା ପର୍ଭା ରେ କଳାକାର ମାନେ ନୃତ୍ୟ ପ୍ରଦର୍ଶନ କରିଥିଲେ। ଗତ ୨୫ ତାରିଖ ଦିନ ମହାପ୍ରଭୁଙ୍କ ଝୁଲଣ ଉତ୍ସବ ତଥା ରାଧାକୃଷ୍ଣ ଙ୍କ ବିମାନ ଗାଁ ପରିକ୍ରମା କରିବା ପରେ ଚଳିତ ବର୍ଷର ଦୋଳ ଉତ୍ସବ ସମ୍ପନ୍ନ ହେଇଛି। ଆସନ୍ତାବର୍ଷ ଫଗୁ ଯାତ୍ରା ବା ଦୋଳ ଉତ୍ସବ କୁ ଆହୁରି ଆକର୍ଷଣୀୟ କରିବାକୁ ଉଦ୍ୟମ ହେବ ବୋଲି ରାଧାକୃଷ୍ଣ କ୍ଲବ କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
Comments are closed.