www.samajalive.in
Sunday, December 7, 2025
14.1 C
Bhubaneswar

ମସଲା ଚିଙ୍ଗୁଡି ଛଣା

ଆବଶ୍ୟକ ସାମଗ୍ରୀ

ଚିଙ୍ଗୁଡ଼ି – ୫ଟି

- Advertisement -

ଅଣ୍ଡା – ୨ଟି

ବେସନ – ୧କପ

ପାଉରୁଟିର ମାଟିଆ ଭାଗ – ୧କପ

ରସୁଣ ବଟା – ୨ଚାମଚ

ପିଆଜ ବଟା – ୨ ଚାମଚ

ଲଙ୍କା ଗୁଣ୍ଡ – ୧ ଚାମଚ

ହଳଦୀ ଗୁଣ୍ଡ – ଅଳ୍ପ

ଗରମ ମସଲା – ୧ଚାମଚ

ଲୁଣ – ଆବଶ୍ୟକ ପରିମାଣରେ

ତେଲ – ଆବଶ୍ୟକ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିଙ୍ଗୁଡ଼ିକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ସାମାନ୍ୟ ହଳଦୀ ପକାଇ ରଖନ୍ତୁ। ଏବେ ଏକ ପାତ୍ରରେ ଅଣ୍ଡାକୁ ଭାଙ୍ଗି ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ରସୁଣ ବଟା, ପିଆଜ ବଟା, ଲଙ୍କା ଗୁଣ୍ଡ, ଗରମ ମସଲା, ହଳଦୀ ଗୁଣ୍ଡ, ଲୁଣ ପକାଇ ଭଲ ଭାବେ ଗୋଳାଇ ରଖନ୍ତୁ। ଏହି ମିଶ୍ରଣରେ ଚିଙ୍ଗୁଡ଼ି ପକାଇ ୩୦ ମିନିଟ ପର୍ୟ୍ୟନ୍ତ ଫ୍ରିଜରେ ରଖନ୍ତୁ।  ଆଉ ଏକ ପାତ୍ରରେ ବେସନ ଓ ପାଉରୁଟିର ମାଟିଆ ଭାଗକୁ ମିଶାଇ ରଖନ୍ତୁ।  ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ କାଢି ବେସନ ଓ ପାଉରୁଟିର ମିଶ୍ରଣରେ ଗୋଟିଏ ଗୋଟିଏ କରି ଚିଙ୍ଗୁଡ଼ିକୁ ବୁଡ଼ାଇ ଅନ୍ୟ ଏକ ପାତ୍ରରେ ପୁଣି ଫ୍ରିଜରେ ୫ ମିନିଟ ରଖନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଫ୍ରିଜରେ ରଖିଥିବା ଚିଙ୍ଗୁଡ଼ିକୁ ବାହାରକୁ କାଢି ତେଲରେ ଭଲ ଭାବେ ଛାଣି ଦିଅନ୍ତୁ। ଏବେ ଏକ ପାତ୍ରକୁ କାଢନ୍ତୁ ଓ ଗରମାଗରମ ଖାଆନ୍ତୁ ମସଲା ଚିଙ୍ଗୁଡି ଛଣା ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories