BJD Bijuli 480×75 Mob

ଭିତରେ ପରୀକ୍ଷା, ଶିକ୍ଷକ ବାହାରେ: ବଦଳିବ କୋରାପୁଟ ଶିକ୍ଷା ମାନଚିତ୍ର – ଗଣଶିକ୍ଷା ମନ୍ତ୍ରୀ

BJD Bijuli 480×75 Mob

ଲକ୍ଷ୍ମୀପୁର: କୋରାପୁଟ ଜିଲାରେ ଶିକ୍ଷା ବିକାଶ ଦିଗରେ ବ୍ୟବସ୍ଥାଗତ ତୃଟି ରହିଛି ଓ ଏଥିରେ ସୁଧାର ଅଣାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ। ଅବିଭକ୍ତ କୋରାପୁଟ ଜିଲା ଗସ୍ତ କରି ଫେରିବା ବେଳେ ଲକ୍ଷ୍ମୀପୁର ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବା ଅବସରରେ ମନ୍ତ୍ରୀ ବ୍ଲକର କାକିରିଗୁମା ପ୍ରାଥମିକ ବିଦ୍ୟାଳୟ ସହିତ ହାଇସ୍କୁଲ ପରିଦର୍ଶନ କରିବା ପରେ ଲକ୍ଷ୍ମୀପୁର କଲେଜରେ ପହଞ୍ଚିଥିଲେ। କାକିରିଗୁମା ପ୍ରଥମିକ ବ୍ୟିାଳୟରେ ପହଞ୍ଚିବା ବେଳେକୁ ସମୟ ୧୦ଟା ହୋଇ ଯାଇଥିଲା ତେବେ ଶୁକ୍ରବାର ଠାରୁ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଏକକ ପରୀକ୍ଷା ଆରମ୍ଭ ହୋଇଛି। କିନ୍ତୁ କିଛି ଶିକ୍ଷକ ଶ୍ରେଣୀ ବାହାରେ ଛିଡ଼ା ହୋଇଥିବା କାରଣରୁ ମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ। ସ୍ଥାନୀୟ ଲୋକମାନେ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

ମନ୍ତ୍ରୀ କାକିରିଗୁମା ହାଇସ୍କୁଲରେ ପଞ୍ଚି ପିଲାମାନଙ୍କୁ କିଛି ସମୟ ପାଠ ପଢ଼ାଇଥିଲେ। ପରେ ଲକ୍ଷ୍ମୀପୁର କଲେଜରେ ପହଞ୍ଚି ମନ୍ତ୍ରୀ ପିଲାମାନଙ୍କୁ ବିଭିନ୍ନ ବିଷୟ ଉପରେ ପ୍ରଶ୍ନ ପଚାରିଥିଲେ। ଯୁକ୍ତ ୩ ଶ୍ରେଣୀ ଗୃହରେ ଶିକ୍ଷା ବିଷୟରେ ପାଠ ପଢ଼ା ଯାଉଥିବା ବେଳେ ମନ୍ତ୍ରୀ ସମୀର ଦାସ ପଛ ପଟରୁ ଯାଇ ବେଞ୍ଚରେ ବସି ରହି ଶିକ୍ଷାଦାନ ଅନୁଧ୍ୟାନ କରିଥିଲେ। ତେବେ ଗୋଟିଏ କୋଠରିରେ ଶତାଧିକ ଛାତ୍ରଛାତ୍ରୀ ବସି ପାଠ ପଢ଼ୁଥିବା ଦେଖି ଅଧିକ ଶ୍ରେଣୀ ଗୃହ ଆବଶ୍ୟକତା ଥିବା ପରିଲକ୍ଷିତ କରିଥିଲେ। ଅଧ୍ୟକ୍ଷ ବୀରେନ କୁମାର ଶତପଥୀ ବିଭିନ୍ନ ଅସୁବିଧା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କୋରାପୁଟ ଜିଲାରେ ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ମନ୍ତ୍ରୀ କହିଥିଲେ, ଅବିଭକ୍ତ କୋରାପୁଟ ଜିଲାରେ ବ୍ୟବସ୍ଥାଗତ ତୃଟି ରହିଛି ଓ ସେଥିରେ ସୁଧାର ଅଣା ଯିବାକୁ ପ୍ରୟାସ କରାଯିବ।

Comments are closed.