ମସୁର ଡ଼ାଲି କବାବ

0

ଆବଶ୍ୟକ ସାମଗ୍ରୀ:
ମସୁର ଡାଲି- ୧କପ
ଅଦା,ରସୁଣ ଓ ଲଙ୍କା ପେଷ୍ଟ- ୧ବଡ ଚାମଚ
ପନୀର: ଅଧା କପ
ପିଆଜ- ୧ଟି
ଧନିଆ ପତ୍ର, ପୁଦିନା ପତ୍ର
ତେଲ
ଲୁଣ- ସ୍ୱାଦ ଅନୁସାରେ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଡାଲିକୁ ବତୁରାଇ ଦିଅନ୍ତୁ। କିଛି ସମୟ ପରେ ପ୍ରେସର କୁକରରେ ପାଣି ଓ ଡାଲି ନେଇ ଫୁଟାନ୍ତୁ। ଡାଲି ସିଝିଗଲା ପରେ ତାକୁ ଗୋଟିଏ ପାତ୍ରରେ ବାହାର କରି ଦିଅନ୍ତୁ। ଗୋଟିଏ ପାତ୍ରରେ ଡାଲି ନେଇ ସେଥିରେ ଅଦା,ଲଙ୍କା ଓ ରସୁଣ ପେଷ୍ଟ, ପନୀର,ପିଆଜ,ପୁଦିନା ପତ୍ର, ଧନିଆ ପତ୍ର ଓ ଲୁଣ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ। ସେହି ମିଶ୍ରଣ ନେଇ ଛୋଟ ଛୋଟ ଗୋଲ ଆକାରର କରି କବାବ କରନ୍ତୁ। କଡେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ଗୋଲ କରିଥିବା କବାବକୁ ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଛାଣି ଦିଅନ୍ତୁ। ସୁନେଲୀ ରଙ୍ଗ ହେବା ପରେ ବାହାର କରି ଗୋଟିଏ ପାତ୍ରରେ ରଖନ୍ତୁ। ପିଆଜ ଓ ଟମାଟୋ ସସ୍‍ ସହ ପରିବେଷଣ କରନ୍ତୁ।

Leave A Reply