www.samajalive.in
Saturday, December 6, 2025
23.1 C
Bhubaneswar

ମସଲା ଆମଲେଟ ସ୍ୟାଣ୍ଡୱିଚ

ଆବଶ୍ୟକ ସାମଗ୍ରୀ
ଅଣ୍ଡା – ୪ଟି
କଟା କଞ୍ଚାଲଙ୍କା – ୨ଟି
କଟା ଟମାଟୋ – ୨ଟି
କଟା ପିଆଜ – ୧ଟି
ଗୋଲମରିଚ ଗୁଣ୍ଡ – ଅଳ୍ପ
ଗରମ ମସଲା – ଅଳ୍ପ
ଲୁଣ – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ପାଉଁରୁଟି – ୪ ଖଣ୍ଡ
ବଟର – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ଅଣ୍ଡା ଓ ଲୁଣ ପକାଇ ଗୋଳାନ୍ତୁ। ଗୋଳାଇବା ପରେ ଏଥିରେ କଞ୍ଚାଲଙ୍କା, ଟମାଟୋ, ପିଆଜ, ଗୋଲମରିଚ ଗୁଣ୍ଡ, ଗରମ ମସଲା ଭଲ ଭାବେ ଗୋଳାଇ ମିଶ୍ରଣ ପ୍ରସ୍ତୁତ କରି ରଖନ୍ତୁ। ଏବେ ଗ୍ୟାସ ଲଗାଇ ତାୱା ବସାଇ ସେଥିରେ ତେଲ ଗରମ କରନ୍ତୁ। ଏବେ ଅଣ୍ଡା ଗୋଳାଇଥିବା ମିଶ୍ରଣକୁ ଏହି ତାୱାକୁ ଢାଳି ଖେଳାଇ ଦିଅନ୍ତୁ। ମିଶ୍ରଣ ଗୋଟେ ପଟ ହେବା ପରେ ଏହାର ଅନ୍ୟ ପଟକୁ ଓଲଟାଇ ଦିଅନ୍ତୁ। ଏବେ ଏହି ଆମଲେଟକୁ ଏକ ପାତ୍ରକୁ କାଢି ଏହାକୁ ଚାରି ଫାଳ କରି କାଟି ଦିଅନ୍ତୁ। ୨ଟି ପାଉଁରୁଟି ମଧ୍ୟରେ ଗୋଟିଏ ଫାଳ ଆମଲେଟ ରଖନ୍ତୁ। ଚାମଚରେ ବଟର ତରଳାଇ ପାଉଁରୁଟି ଉପରେ ଏହି ତରଳା ହୋଇଥିବା ବଟରକୁ ଲଗାନ୍ତୁ। ପ୍ରସ୍ତୁତ ହୋଇଗଲା ମସଲା ଆମଲେଟ ସ୍ୟାଣ୍ଡୱିଚ।

Hot this week

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

Related Articles

Popular Categories