ନବରଙ୍ଗପୁରରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ପାଳିତ

ନବରଙ୍ଗପୁର: ଭାରତ ସ୍ୱାଧୀନତା ସଂଗ୍ରାମ ରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ କର ବା ମର ଆହ୍ଵାନ ରେ ଆଗେଇ ଆସି ଦେଶ ମାତୃକାର ସେବା ଓ ସ୍ଵାଧୀନତା ପାଇଁ ବ୍ରିଟିଶ ଶାସନ ବିରୁଦ୍ଧରେ ସଂଗ୍ରାମ କରି ଦେଶ ପାଇଁ ହସି ହସି ଫାଶୀ ଖୁଣ୍ଟରେ ଝୁଲି ଥିବା ଅବିଭକ୍ତ କୋରାପୁଟ ଜିଲା ର ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ସହିଦ୍ ଲକ୍ଷ୍ମଣ ନାୟକଙ୍କ ଜୟନ୍ତୀ ଜିଲା ପ୍ରଶାସନ ତରଫରୁ ପାଳିତ ହୋଇଯାଇଛି। ଏହି ଅବସରରେ ସହିଦ୍ ଲକ୍ଷ୍ମଣ ନାୟକ ବିଦ୍ୟା ପୀଠ ସ୍ଥିତ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲାପାଳ ଡଃ କମଳ ଲୋଚନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଲକ୍ଷ୍ମଣ ନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଏବଂ ଦେଶ ପାଇଁ ତାଙ୍କର ତ୍ୟାଗ ଓ ବଳିଦାନ ସମ୍ପର୍କରେ ଉଲ୍ଲେଖ କରି ଦେଶ ତଥା ସମାଜର ହିତ ପାଇଁ ନିସ୍ୱାର୍ଥପର ସେବା ମନୋଭାବ ନେଇ କାର୍ଯ୍ୟ କରିବା ପାଇଁ ଆଜିର ଛାତ୍ର ସମାଜ ଯୁବ ପିଢି ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲେ। ବକ୍ତା ଭାବେ ଶିକ୍ଷାବିତ ଡକ୍ଟର ବିଜୟ କୁମାର ମିଶ୍ର ଯୋଗଦେଇ ଲକ୍ଷ୍ମଣ ନାୟକଙ୍କ ଆତ୍ମ ଜୀବନୀ ଦେଶ ପାଇଁ ବଳିଦାନ ଉପରେ ଆଲୋକପାତ କରିଥିଲେ।

Comments are closed.