www.samajalive.in
Saturday, December 13, 2025
26.1 C
Bhubaneswar

ବିଶ୍ବକପ କ୍ରିକେଟର ଫାଇନାଲ ମୋ କ୍ୟାରିୟରର ସବୁଠାରୁ ଖରାପ ଦିନ ଥିଲା : ମାର୍ଟିନ ଗପଟିଲ

ନୂଆଦିଲ୍ଲୀ : କ୍ରିକେଟ୍ ବିଶ୍ବକପ-୨୦୧୯ ଫାଇନାଲ୍ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଲଢ଼ି ମଧ୍ୟ ନ୍ୟୁଜିଲାଣ୍ଡକୁ ପରାସ୍ତ ହେବାକୁ ପଡ଼ିଛି। ବିଶ୍ୱକପ ୨୦୧୯ ଫାଇନାଲ ମ୍ୟାଚ ଏକ ସପ୍ତାହ ଅତିକ୍ରମ କରିଥିଲେ ବି ନ୍ୟୁଜିଲାଣ୍ଡର ଖେଳାଳିମାନେ ଏହାକୁ ଭୁଲି ପାରି ନାହାନ୍ତି। ନ୍ୟୁଜିଲାଣ୍ଡର ଓପନିଂ ବ୍ୟାଟ୍ସମ୍ୟାନ ମାର୍ଟିନ ଗପଟିଲ ଏହାକୁ ନେଇ ଦୁଃଖପ୍ରକାଶ କରିବା ସହିତ କହିଛନ୍ତି, ଇଂଲଣ୍ଡ ବିପକ୍ଷରେ ଲିଡସରେ ଖେଳାଯାଇଥିବା ବିଶ୍ବକପ-୨୦୧୯ର ଫାଇନାଲ ମ୍ୟାଚ୍ ମୋ ପାଇଁ ସବୁଠାରୁ ଖରାପ ଦିନ ଥିଲା।  ଗପଟିଲ ଇନଷ୍ଟାଗ୍ରାମରେ ଫାଇନାଲରେ ରନଆଉଟ ହେବା ପରର ଏକ ଫଟୋ ‌ସେୟାର କରି ଲେଖିଛନ୍ତି, ଫାଇନାଲ ମ୍ୟାଚର ଏକ ସପ୍ତାହ ବିତିଯାଇଥିଲେ ମଧ୍ୟ ସେହି କଷ୍ଟଦାୟକ ମୁର୍ହୃତ୍ବକୁ ମୁଁ ଏଜାଏ ଭୁଲି ପାରୁନାହିଁ। ସେ ଆହୁରି ଲେଖିଛନ୍ତି, ବିଶ୍ବକପ କ୍ରିକେଟର ଫାଇନାଲ ମ୍ୟାଚ୍ ମୋଁ କ୍ୟାରିୟରର ସବୁଠାରୁ ଖରାପ ଦିନ ଥିଲା।

ଇଂଲଣ୍ଡରେ ସଦ୍ୟସମାପ୍ତ ହୋଇଥିବା କ୍ରିକେଟ୍ ବିଶ୍ବକପରେ ଆୟୋଜକ ଇଂଲଣ୍ଡ ଦଳ ଚମ୍ପିଆନ୍ ହୋଇଥିଲା। ଫାଇନାଲରେ ଇଂଲଣ୍ଡର ମୁକାବିଲା ନ୍ୟୁଜିଲାଣ୍ଡ ସହ ହୋଇଥିଲା। ମ୍ୟାଚ୍ ଟାଏ ହେବାରୁ ସୁପର ଓଭର ଖେଳାଯାଇଥିଲା। ସୁପର ଓଭରର ଶେଷ ବଲରୁ ୨ରନ ସଂଗ୍ରହ କରିବାକୁ ପ୍ରୟାସ କରୁଥିବା ଗପଟିଲ ରନଆଉଟ ହୋଇଥିଲେ। ଯାହାଦ୍ବାରା ସୁପର ଓଭର ମଧ୍ୟ ଟାଏ ହୋଇଥିଲା। ସୁପର ଓଭର ଟାଏ ରହିବାରୁ ଅଧିକ ବାଉଣ୍ଡ୍ରି ହାସଲ କରିଥିବା ଇଂଲଣ୍ଡ ଦଳକୁ ବିଜେତା ଘୋଷଣା କରାଯାଇଥିଲା।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories